୨୦୦୨ ମାଟ୍ରିକ୍ ବ୍ୟାଚ୍ ର ବନ୍ଧୁମିଳନ
ଡେଲାଙ୍ଗ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ମଉନିମଠ ପତିତପାବନ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୨ ମସିହା ର ମାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସେ ସମୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମିଶ୍ର ଓ ଆଶିଷ ପଟ୍ଟନାୟକଙ୍କ ସହିତ ବର୍ତ୍ତମାନର ପ୍ରଧାନଶିକ୍ଷକ ପୁର୍ଣ୍ଣଚନ୍ଦ୍ର ବରାଳ ଓ ଶିକ୍ଷକ ଅଭିମନ୍ୟୁ ପାଢିଙ୍କୁ ଛାତ୍ରଛାତ୍ରୀ ମାନେ ଗୁରୁବନ୍ଦନା କରିବା ସହ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବଦ୍ଧିତ କରିଥିଲେ । ଛାତ୍ରଛାତ୍ରୀ ମାନେ ୨୦୦୨ ମସିହାର ମାଟ୍ରିକ ସମୟର କଥା କୁ ମନେ ପକାଇ ବିଦ୍ୟାଳୟର ପରୁଣା ଦିନର ସ୍ମୃତିକୁ ବଖାଣିଥିଲେ । ଏହି ଉତ୍ସବକୁ ଆୟୋଜନ କରିଥିଲେ ପୁରାତନ ଛାତ୍ର ସୁମନ୍ତ କୁମାର ଲେଙ୍କା,ପ୍ରମୋଦ କୁମାର ନାୟକ,ଦିବ୍ୟରଜଂନ ବାରିକଙ୍କ ସହିତ ୯୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି