ତିପୁରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
ସାକ୍ଷୀଗୋପାଳ---- କଣାସ ବ୍ଳକ ଅନ୍ତର୍ଗତ ସିରେଇ ଗ୍ରାମ ପଞ୍ଚାୟତର ତିପୁରୀ ଗ୍ରାମର ଉଚ୍ଚ ବିଦ୍ୟାଳୟର ୫୦ତମବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜ କିଶୋର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରାଥମିକ ଶିକ୍ଷ ସଂଘର ସଭାପତି ଭାଗିରଥି ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ସାଲ୍ୟୁଟ ଗ୍ରହଣ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ମହାପାତ୍ର ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । କ୍ରୀଡା ଶିକ୍ଷକ ଅମିତାଭ ବୈରିଶଲ ଖେଳ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି