ଫେଡୋକୋ କମ୍ପାନୀ ଗ୍ରାମରେ ଲଗାଇଲା ୱାଟର ଫିଲଟର
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଏଖଣ୍ଡି ଗ୍ରାମ ପଞ୍ଚାୟତର ବଡବସନ୍ତ ପୁର ଗ୍ରାମରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା କଷ୍ଟ ଭୋଗି ଆସୁଥିଲେ । ଏଠାରେ ଥିବା ସମସ୍ତ ନଳକୂପ ଗୁଡିକରୁ ଆଇରନ୍ ପାଣି ବାହାରୁଥିଲା । ଗ୍ରାମବାସୀ ମାନେ ଦୀର୍ଘଦିନ ହେବ ରାଜ୍ୟ ସକରାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ଓ ଜିଲ୍ଲାପାଳଙ୍କ ଠାରୁ ରାଜନେତାଙ୍କୁ ଅଭିଯୋଗ କରି ଆସିଥିଲେ ମଧ୍ୟ କେହି ଏ ଦିଗପ୍ରତି ନଜର ଦେଇନଥିଲେ । ବାଧ୍ୟ ହୋଇ ଗ୍ରାମ ବାସୀ ମାନେ ପୋଖରୀ ଗଡିଆ ପାଣିକୁ ପାନୀୟ ଜଳ ଓ ରୋଷୋଇପତ୍ର କରି ଆସୁଥିଲେ । ଏହା ଫଳରେ ଗ୍ରାମବାସୀ ମାନେ ବିଭିନ୍ନ ରୋଗରେ ପଡିବା ସହ ବହୁ ଅସୁବିଧା ଭୋଗୁଥିଲେ । ଶେଷରେ ଗ୍ରାମ ବାସୀ ମାନେ ବିଦ୍ୟୁତ ଯୋଗାଣ କରୁଥିବା ଫେଡୋକୋ କମ୍ପାନୀର ଅଧିକାରୀ ମାନଙ୍କୁ ପାନୀୟ ଜଳ ସୁବିଧା କରିବା ପାଇଁ ନିବଦେନ କରିଥିଲେ । ଏହାକୁ ନଜର କରି ଫେଡୋକୋ କମ୍ପାନୀ ଉକ୍ତ ଗ୍ରାମରେ ୪ ଗୋଟି ଆଇରନ୍ ମୁକ୍ତ ମେସିନ ବା ୱାଟର ଫିଲଟର ନଳକୂପ ସଙ୍ଗେ ସଂଯୋଗ କରାଯାଇଛି । ଯାହା ଫଳରେକି ଉକ୍ତ ଗ୍ରାମରେ ପ୍ରାୟ ୮ଶହ ଜନସାଧାରଣ ଉପକୃତ ହୋଇ ପାରିଛନ୍ତି । ଏଥିଯୋଗୁ ଗ୍ରାମ୍ୟ କମିଟିର ସଭାନେତ୍ରୀ କବିତା ପ୍ରଧାନ ଓ ସମ୍ପାଦକ ସତ୍ୟନାରାୟଣ ନାୟକଙ୍କ ସହ ଗ୍ରାମବାସୀ ମାନେ ଫେଡୋକୋ କମ୍ପାନୀର ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି