Breaking News

ପାଣିଛତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରଷ୍କାର ପାଇଲା

ସାକ୍ଷୀଗୋପାଳ-----ପୁରୀ ଜିଲ୍ଲାର ପାଣିଛତ୍ର  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୦୧୮-୨୦୧୯ ବର୍ଷ ପାଇଁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ପୁରଷ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଜାତୀୟ ଗ୍ରାମୀଣ ମିଶନ ତରଫରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରାଯାଇଥିଲା  ସ୍ୱାସ୍ଥ୍ୟ କେନ୍ଦ୍ରର କୋଠରୀ, ରୋଗୀଶଯ୍ୟା, ରକ୍ଷଣାବେକ୍ଷଣ, ପରିଷ୍କାର ପରିଚ୍ଛନତା, ଉନ୍ନତ ମାନର ସେବା, ବାଜ୍ୟଁବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତଣ, ଡ୍ରେନେଜ ଓ ବ୍ୟକ୍ତିଗତ ପରିଚ୍ଛନତା ଆଦି ଉପରେ ଅନୁଧ୍ୟାନ ଟିମ ମୂଲ୍ୟାୟାନ କରିଥିଲେ  ।   ଜିଲ୍ଲା ପରିଷଦ ସଭ୍ୟ ଧୁବ ଚରଣ ଦାଶ  ଏହି ସଫଳତାର ଶ୍ରେୟ ହୋଉଛନ୍ତି ଡ. ସୌମତ୍ରି ମହାନ୍ତି ବୋଲି କହିଥିଲେ  ।  ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଜ୍ୟୋତି ରଂଜନ ଶତପଥି, ଫାର୍ମସିଷ୍ଟ ପ୍ରଭାତ କୁମାର ପାଇକରାୟ ଓ ସମସ୍ତ କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ଆଜି ଏହି ପୁରଷ୍କାର ପାଇପାରିଛି ବୋଲି ଡ. ମହାନ୍ତି କହନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts