ଫଳକରେ ରହିଲା ରାସ୍ତା; କାର୍ଯ୍ୟ ଆରମ୍ଭ ନହେବା ରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି
ପିପିଲି----ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ନିର୍ମଳା ଗ୍ରାମ ଛକର ଜାତିୟ ରାଜପଥ ନମ୍ବର ୩୧୬ ଠାରୁ ବଡ ସରଗାଇଲୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତଭୁକ୍ତ ହୋଇଛି । ପୁର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଏହି ରାସ୍ତା କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ଅନୁଷ୍ଠିତ ସଭାରେ ବିଭାଗୀୟ ଅଧିକାରୀ ଏକ ସପ୍ତାହ ମଧ୍ୟରେ ରାସ୍ତା କାର୍ଯ୍ୟ କରାଯିବ ବୋଲି ଶହ ଶହ ପୁରୁଷ ମହିଳା ମାନଙ୍କ ଅଗାରେ ପ୍ରକାଶ କରିଥିଲେ । ମାତ୍ର ଦୁଃଖ ଓ ପରିତାପ ର ବିଷୟ ବିଧାୟକ ଶିଳାନ୍ୟାସ କରିବାର ତିନିମାସ ବିତିଥିଲେ ମଧ୍ୟ ଠିକାଦାର କାହା ଇଙ୍ଗିତ ରେ କାର୍ଯ୍ୟ ଆରମ୍ଭ କରୁ ନାହାଁନ୍ତି ଏବେ ସାଧାରଣରେ ପଶ୍ନ ଉଠିଛି ? । ଏହି କାର୍ଯ୍ୟ ନକରିବା ପାଇଁ ବଭାଗିୟ ଅଧିକାରି ଚୁପ ରହିବା ର କାରଣ କଣ ଥାଇପାରେ ଜନସାଧାରଣ ନିକଟରେ ପ୍ରଶ୍ନ ସୃଷ୍ଟି ହୋଇଛି? । ଏହି କାର୍ଯ୍ୟ କୁ ଯଦି ଏକ ସପ୍ତାହ ଭିତରେ ଆରମ୍ଭ କରା ନଯାଏ ତାହାଲେ ଅଞ୍ଚଳ ବାସୀ ରାସ୍ତା ଉପରକୁ ଓହ୍ଳାଇବେ ସେଥପ୍ରତି ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ଠିକାଦାର ଦାୟୀ ରହିବେ ବୋଲି ଜନସାଧାରଣ ଚେତାବନି ଦେଇଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର