ଠାକୁର ଅନୁକୂଳଚନ୍ଦ୍ରଙ୍କର ଷଷ୍ଠବିଂଶ ବାର୍ଷିକ ସତସଙ୍ଗ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଗଡରେଙ୍ଗଳ ମେଳଣ ପଡିଆରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ପୁଣ୍ୟ ୧୩୧ ତମ ଜନ୍ମ ମହା ମହୋତ୍ସବ ସହିତ ଗଡ ରେଙ୍ଗଳ ଗ୍ରାମର ଷଷ୍ଠବିଂଶ ତମ ବାର୍ଷିକ ସତସଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ରାହ୍ମ ମୁହୂର୍ତ୍ତେ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ସମବେତ ପ୍ରାର୍ଥନା, ସଦଗନ୍ଥ ପାଠ, ସଂଗୀତ ଗାନ ପରେ ପରେ ଠାକୁରଙ୍କୁ ସୁସଜିତ ରଥ ନଗର କୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ସମୟରେ ଶହ ଶହ ମହିଳା ପୁରୁଷ ଠାକୁର ନାମ କୀର୍ତ୍ତନ ସହ ହରିବୋଲ ,ହୁଳହୁଳି,ଶଙ୍ଖ ବାଦ କରି ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ପ୍ରସାଦ ସେବନ କରାଯାଇଥିଲା । ସେହିପରି ଅନୁଷ୍ଠିତ ଧର୍ମସଭାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରିତିକି ଭାଇ ବା ଗୁରୁଭାଇ ମାନେ ଠାକୁରଙ୍କ ଉପରେ ଧର୍ମ ଚର୍ଚ୍ଚା କରିଥିଲେ । ସଂଧ୍ୟାରେ ବିନତୀ ପ୍ରାର୍ଥନା , ପ୍ରଣାମ, ଗ୍ରନ୍ଥପାଠ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଦୀନବନ୍ଧୁ ମିଶ୍ର ଓ ବିରଞ୍ଚି ନାରାୟଣ ସାମନ୍ତସିଂହାରଙ୍କ ସହ ଗ୍ରାମବାସୀ ଓ ସତସଙ୍ଗୀ ମାନେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି