ଦାବୀ ପୁରଣ ନ ହେଲେ ; ମହତାବ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଗେଟରେ ସୋମବାର ଠାରୁ ପଡିବ ଚାବି
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକ ପୁରାତନ ଛାତ୍ର ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ରଶ୍ମି ରଞ୍ଜନ ପାୟକରାୟ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟରେ ଶିକ୍ଷା ଦାନ ସମୟର ଅନୁଭୂତି ଓ କେତେକ ସମସ୍ୟା ଉପରେ ଆଲେଚନା କରାଯାଇଥିଲା । ବିଶେଷ କରି ବିଦ୍ୟାଳୟରେ ଏନ.ସି.ସି , ପ୍ରଧାନ ଶିକ୍ଷକ, କ୍ଳକ ଅଭାବ ସହିତ ମହତାବ ବିଦ୍ୟାଳୟରୁ ନୋଡାଲ ସେଣ୍ଟର ଉଠାଇ ନେବା ଆଦି ସମ୍ପର୍କେ ଆଲେଚନା କରାଯାଇଥିଲା । ଉକ୍ତ ବିଦ୍ୟାଳୟରୁ ଦୁଇଜଣ ଶିକ୍ଷକଙ୍କୁ ଡେପୁଟିସନରେ ଅନ୍ୟ ସ୍କୁଲକୁ ପଠାଯାଇଛି । ଏ ସମ୍ପର୍କେ ବ୍ଳକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲାପାଳ ସମସ୍ତଙ୍କୁ ଅଭିଯୋଗ ଜଣାଇ ଦିଆଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନାହାନ୍ତି । ଏଣୁ ପୁରାତନ ଛାତ୍ର ଓ ଅବିଭାବକ ମାନେ ସମ୍ମଳନୀରେ ଆଲେଚନା ପରେ ନିସ୍ପତି ନେଇଛନ୍ତି ଯେ ସୋମବାର ଅର୍ଥାତ ୪ ତାରିଖ ଦିନ ବିଦ୍ୟାଳୟ ମୁଖ୍ୟ ଗେଟରେ ଚାବି ପକାଇ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂସଦ ଓ ଅବିଭାବକ ମାନେ ବସି ରହିବେ ବୋଲି ଜଣାପଡିଛି । ରବିନ୍ଦ୍ର ଖଟେଇ, ବିଶ୍ୱରଂଜନ ବଳିୟାରସିଂ, ପ୍ରସନ୍ନ ସାମନ୍ତରାୟ, ପବିତ୍ର ସାହୁ, ଚିତ୍ତ ରଜଂନ ପାଇକରାୟ, ସୁବତ୍ର ରଥ, କାଳୁ ଭାଇ, ଗଗନ ଖଟେଇ ପ୍ରମୁଖ ସମ୍ମଳନୀରେ ଉପସ୍ଥିତ ରହି ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ସୁଚନା ଥାଉକି ମହବତାବ ବିଦ୍ୟାଳୟରୁ ନେଡାଲ ସେଣ୍ଟର ଉଠାଇବାକୁ ନେଇ ଜାନୁଆରୀ ୧୬ ତାରିଖ ଦିନ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟଙ୍କ ସ୍ୱାକ୍ଷର ଥାଉ ଏ ସମ୍ପର୍କରେ ଏକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହ ଏହାର ଏକ କିତା କପି ପୁରୀ ଜିଲ୍ଲାପାଳ, ଥାନା ଅଧିକାରୀ, ଗଣଶିକ୍ଷା ବିଭାଗ, ବ୍ଳକ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା । ମାତ୍ର ଏହାର ବିଚାର ନ ହେବାରୁ ୪ ତାରିଖ ଅର୍ଥାତ ସୋମବାର ଦିନ ବିଦ୍ୟାଳୟର ମୁଖ୍ୟ ଗେଟରେ ଚାବି ପକାଇ ଆନ୍ଦୋଳନ କରାଯିବ ବୋଲି ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି