ମହତାବ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଗେଟରେ ଚାବି ପକାଇ ଧାରଣାଦେଲେ ଛାତ୍ର ଓ ପୁରାତନ ଛାତ୍ର
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ବିଦ୍ୟାଳୟର ଛାତ୍ର ମାନଙ୍କ ସହିତ ପୁରାତନ ଛାତ୍ର ସଂସଦ ଓ ଅବିଭାବକ ମାନେ ମିଳିତ ଭାବରେ ବିଦ୍ୟାଳୟ ମୁଖ୍ୟ ଗେଟରେ ଚାବି ପକାଇ ଧାରଣା ଦେଇଛନ୍ତି । ସେମାନଙ୍କ ଦାବୀ ପୁରଣ ନ ହେବା ପର୍ର୍ୟନ୍ତ ଏହି ଧାରଣା ଚାଲିବ ବୋଲି ପୁରାତନ ଛାତ୍ର ସଂସଦପକ୍ଷରୁ ଜଣାପଡିଛି । ସୁଚନା ଥାଉକି ବିଦ୍ୟାଳୟରେ ଏନ.ସି.ସି , ପ୍ରଧାନ ଶିକ୍ଷକ, କ୍ଳକ ଅଭାବ ସହିତ ମହତାବ ବିଦ୍ୟାଳୟରୁ ନୋଡାଲ ସେଣ୍ଟର ଉଠାଇ ନେବା ସହିତ ଦୁଇଜଣ ଶିକ୍ଷକଙ୍କୁ ଡେପୁଟିସନରେ ଅନ୍ୟ ସ୍କୁଲକୁ ପଠାଯାଇଛି । ଏ ସମ୍ପର୍କେ ଜାନୁଆରୀ ୧୬ ତାରିଖ ଦିନ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟଙ୍କ ସ୍ୱାକ୍ଷର ଥାଉ ଏ ସମ୍ପର୍କରେ ଏକ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହ ଏହାର ଏକ କିତା କପି ପୁରୀ ଜିଲ୍ଲାପାଳ, ଥାନା ଅଧିକାରୀ, ଗଣଶିକ୍ଷା ବିଭାଗ, ବ୍ଳକ ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା । ବ୍ଳକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲାପାଳ ସମସ୍ତଙ୍କୁ ଅଭିଯୋଗ ଜଣାଇ ଦିଆଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନାହାନ୍ତି । ଏଣୁ ପୁରାତନ ଛାତ୍ର ଓ ଅବିଭାବକ ମାନେ ସମ୍ମଳନୀରେ ଆଲେଚନା ପରେ ଏହି ନିସ୍ପତି ନେଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି