ବିଭିନ୍ନ ପ୍ରକଳ୍ପ ର ଶିଲାନ୍ୟାସ କଲେ ବିଧାୟକ
ବଙ୍ଗୋମୁଣ୍ଡା----ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇ ନୂତନ ପ୍ରକଲ୍ପ ର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ୬ କୋଟି ଟଙ୍କା ରେ ରାଣୀପୁର-ମଲକାସଡା-ଠେମରା ରାସ୍ତା ର ଟଙ୍ଗଜୋର ନାଳ ଉପରେ ବିଜୁ ସେତୁ ଯୋଜନା ରେ ସେତୁ ର ଭିତ୍ତପ୍ରସ୍ଥର ସ୍ଥାପନ, ୬ କୋଟି ଟଙ୍କା ରେ କଁସିଲ-ଭଇରିଗୁଭା ରାସ୍ତାର ଗଡିଆଯୋର ନାଳ ଉପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଯୋଜନା ରୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ,୧ କୋଟି ୧୨ ଲକ୍ଷ ଟଙ୍କା ରେ କଁସିଲ ଠାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ର ଭିତ୍ତପ୍ରସ୍ଥର ସ୍ଥାପନ ,ଜାମଖୁଣ୍ଟା ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଭିତ୍ତିପ୍ରସ୍ଥର ସ୍ଥାନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଠେମରା ପଂଚାୟତ ସରପଂଚ ଲିଲାବତୀ ବାଗ,ଜାମଖୁଣ୍ଟା ପଂଚାୟତ ସରପଂଚ ଉଜଲୀ ତାଣ୍ଡି,ମନୋରଞ୍ଜନ ଭୋଇ,ଅଚ୍ୟୁତ ଭୋଇ,ଲକ୍ଷ୍ମୀକାନ୍ତ ବାଗ,ମନୋଜ ଚଣ୍ଡୀ,ବାବୁଲାଲ ଅଦା,ରମେଶ ସାହୁ ଜଳ ଯୋଗାଣ ବିଭାଗ ର ଏସଡିଓ ପ୍ରଶାନ୍ତ କୁମାର ବାଗେ.ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର କନିଷ୍ଠ ଯନ୍ତ୍ରୀ ସତ୍ୟ ସାରଦା ମହାନ୍ତିଙ୍କ ସହ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ ।
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ