Breaking News

ଖରା ନ ହେବା ଆଗରୁ ପାଣି ପାଇଁ ଚିନ୍ତା ;ପାଣି ପାଇଁ ପର ଗାଁକୁ ଯିବାକୁ ପଡୁଛି

ସାକ୍ଷୀଗେ।।ପଳ-----   ଖବର କାଗଜ ଓ ଟିଭିରେ ଦେଖିବାକୁ ମିଳେ ପାଣି ପାଇଁ ଲେକମାନେ ଲମ୍ବା ଲାଇନି  । କେଉଁଠି କେଉଁଠି ଚୁଆରୁ ପାଣି ସଂଗ୍ରହ କରିଥାନ୍ତି । ଖରା ଦିନରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ  । ମାତ୍ର ଫେବୃୟାରୀ ମାସ ଆରମ୍ଭରୁ ପାଣି ପାଇଁ ଲୋକମାନେ ଡହଳ ବିକଳ  ହେଲେଣି । ନିଜ ଗ୍ରାମରେ ଥିବା ନଳକୂପ ଅଚଳ ହେବାରୁ ପାଖ ଗାଁ ନଳକୂପ ଉପରେ ନିର୍ଭର କରିବାକୁ ପଡୁଥିବା ସତ୍ୟବାଦୀ ବ୍ଳକରେ ଦେଖିବାକୁ ମିଳିଛି  ।  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଏବେ ପାଣି ପାଇଁ ଚାଲିଛି ରାଜନୀତି ।  ଗ୍ରାମରେ ଥିବା ପୋଖରୀ ଚୁଆ ସୁଖିଗଲାଣି । ନଳକୂପ ତିନିମାସ ହେବ ଅଚଳ ହୋଇପଡିଛି  । ପର ଗାଁରେ ଥିବା ପୋଖରୀ ଓ ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ୪ନଂ ୱାର୍ଡର ବିଶ୍ୱାଳ ସାହି ଓ ୧ନଂ ୱାର୍ଡର ବୁଧେଇସାହିର ନଳକୂପ ଅଚଳ ହୋଇ ପଡିଛି  । ଏହି ଦୁଇ ୱାର୍ଡରେ ପ୍ରାୟ ୭୦ଟି ପରିବାର ବାସ କରନ୍ତି । ଉକ୍ତ ଅଞ୍ଚଳରେ ପାଣିର ଘୋର ଅଭାବ ରହି ଆସିଛି । ଏଠାରେ ଯେଉଁ ପାଣି ମିଳେ ତାହା ଲୁଣି ପାଣି  । ତଥାପି ଲୋକମାନେ ନଳକୂପରୁ ପାଣି ସଂଗ୍ରହ କରି ଫିଲଟର ବା ଫୁଟାଇ ପାଣି ବ୍ୟବହାର କରିଥାନ୍ତି । ଏବେ ଏଠାରେ ଦୁଇଟି ଯାକ ନଳକୂପ ଅଚଳ ହୋଇ ପଡିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ  । ଏହାକୁ ନେଇ ବ୍ଳକ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ  ପାଇ ନାହାନ୍ତି ବୋଲି ଗ୍ରାମର ମହିଳା ମାନେ  ବାସନ୍ତୀ ବିଶ୍ୱାଳ, ରମା ବିଶ୍ୱାଳ, ଉଷା ବିଶ୍ୱାଳ, ଅନିତା ବିଶ୍ୱାଳ, ମଣି ବିଶ୍ୱାଳ ବାସନ୍ତୀ ସ୍ୱାଇଁ ଉମା ତ୍ରିପାଠୀ ପ୍ରମୁଖ ଅଭିଯୋଗ କରିଛନ୍ତି ।  ରାଜ୍ୟ ସକରାର ସମସ୍ତ ସୁବିଧା କରୁଥିବା ବେଳେ ପାଣିକି ନେଇ ହୀନ ରାଜନୀତି ଏଠାରେ କରାଯାଉଛି ବୋଲି ଗ୍ରାମର ମହିଳା ମାନେ କହିଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ନର୍ଜର ଦେବାକୁ ଗ୍ରାମର ମହିଳା ଗୋଷ୍ଠୀ ନିବଦେନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts