Breaking News

ଲାଞ୍ଚ ନେବା ସମୟରେ ଭିଜିଲାନସ ହାତରେ ଧରାପଡିଲେ ଆର ଆଇ

କନ୍ଧମାଳ-----ଭିଜିଲାନ୍ସ ଜାଲରେ ବାଲିଗୁଡା ରାଜସ୍ବ ନିରିକ୍ଷକ । କମିଟି ଗୃହର ବିଲ କରାଇଦେବାକୁ ୧୫ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବାଲିଗୁଡା ଆର ଆଇ ତାରେଣୀ ପରିଛା । ବାଲିଗୁଡା ୧ନଂ ଵ୍ୟର୍ଡରେ ନିର୍ମିତ କମିଟି ଗୃହର ବିଲ କରାଇ ଦେବା ବାବଦରେ ନେଉଥଲେ ଲାଞ୍ଚ । ଏହି ସମୟରେ ଫୁଲବାଣୀ ଭିଜିଲାନ୍ସ ବିଭାଗ ବାଲିଗୁଡା ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳରେ ଚଢ଼ାଉ କରି ୧୫୦୦ଟଙ୍କା ଜବତ କରିବାସହ ରାଜସ୍ବ ନିରିକ୍ଷକଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲେ । ଏହାପରେ ବାଲିଗୁଡା ରାଜସ୍ବ ନିରିକ୍ଷକଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ନେଇଥିବା ଜଣାପଡିଛି ।
କନ୍ଧମାଳରୁ ମନୋଜ ପଣ୍ଡା

Blog Archive

Popular Posts