Breaking News

>>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • >>
  • ସାକ୍ଷୀଗୋପିନାଥ ଦେବଙ୍କ ବାହାର ଚନ୍ଦନଯାତ୍ରା ଶେଷ; କାଲି ହେବ କିଚକ ବଧ
  • >>
  • ସତ୍ୟବାଦୀ ରେ ବିଜେପିର ମିଡିଆ ସେଲ ଦାୟିତ୍ବରେ ପ୍ରଭାତ ଓ ଅମର
  • >>
  • ସତ୍ୟବାଦୀ ରେ ଆର୍ଟ ଅଫ ଗିଭିଂ ପାଳିତ
  • >>
  • ଡେଲାଙ୍ଗ କୋଠବାଡ ପଞ୍ଚାୟତ କାର୍ଯ୍ୟାଳୟରେ କୃଷକଙ୍କ ସମସ୍ୟା ଦୂର ପାଇଁ ସମୀକ୍ଷା
  • >>
  • ଡେଲାଙ୍ଗ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
  • >>
  • ଭଞ୍ଜନଗର ରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
  • >>
  • ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ
  • >>
  • ଗ୍ରାମ ରେ ଅଲୌକିକ ଘଟଣା ,ମାଟି ତଳେ ଶିବଲିଙ୍ଗ , ଉଦ୍ଧାର କଲେ ଗ୍ରାମବାସୀ
  • ସତ୍ଯବାଦୀରେ କଂଗ୍ରେସ ଘର ସଜାଡୁଛି


    ସାକ୍ଷୀଗୋପାଳ----  ସତ୍ୟବାଦୀରେ ଅସଡା ହୋଇଯାଇଥିବା କଂଗ୍ରେସର ଘର ଏବେ ଯୋରସୋର ସଜାଡା ଚାଲିଛି । ଯେଉଁ ମାନେ ରାଗ ଅଭିମାନ କରି ଘରକୁ ଆସୁନଥିଲେ ଏବେ ସେମାନେ ଘର ବାହୁଡା ହୋଉଥିବାର ଜଣାପଡିଛି । ସତ୍ୟବାଦୀରେ କଂଗ୍ରେସ ତାର ସ୍ଥତିକି ମଜବୁତ କରିବାରେ ଲାଗିଛି । ପୂର୍ବତନ ବିଧାୟକଙ୍କ ନେତୃତ୍ୱକୁ ବେଶ ସମର୍ଥନ ମିଳୁଥିବାର ଦେଖାଯାଉଛି । ପ୍ରତି ପଞ୍ଚାୟତରେ କର୍ମୀ ମାନେ ଏକଜୁଟ ହେବାକୁ ଲାଗିଛନ୍ତି । ଦୀର୍ଘଦିନ ପରେ ପୁଣି ନିଜ ନିର୍ବାଚନ ମଣ୍ଡଳୀକୁ ଫେରି କର୍ମୀ ମାନଙ୍କୁ ଏକାଠି କରିବାରେ ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଲାଗିପଡିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକ ମାନଙ୍କ ସାଥିରେ ରହି ଆଗାମୀ ଦିନରେ କିପରି ନିର୍ବାଚନ ବୈତରଣୀ ପାରି ହେବେ ସେ ନେଇ ପୁରୁଖା କର୍ମୀ ମାନଙ୍କ ମତ ନେଉଛନ୍ତି ।  ଶୁକ୍ରବାର ସଂଧ୍ୟାରେ  ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଗୁଆଳିଗୋରଡା ଗ୍ରାମର ମା କାଳିଆ ପୀଠରେ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ସଭାପତିତ୍ୱ କରି କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରଙ୍କ ସମୟରେ ଖାଦ୍ୟ ସମାଗ୍ରୀର ଦରବୃଦ୍ଧି, ପେଟ୍ରୋଲ, ଡିଜେଲ ସହିତ ରନ୍ଧନଦ ଗ୍ୟାସର ଦର ବୃଦ୍ଧି ଯୋଗୁ ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି । ଚାଷୀ ମାନଙ୍କ ସମସ୍ୟା, ଧାନର ସହାୟକ ମୂଲ୍ୟ ବୃଦ୍ଧି ସହିତ କୃଷି ଋଣ ଛାଡ କରି ପାରିନାହାନ୍ତି । ରାହୁଲ ଗାନ୍ଧୀ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଗଡରେ ନିର୍ବାଚ ସମୟରେ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ସରକାର ଆସିବା ମାତ୍ରେ ପାଳନ କରିଛନ୍ତି । ଏଣୁ ସମସ୍ତେ ଆମେ ପଛ କଥାକୁ ଭୁଲି ଯାଇ ୨୦୧୯ରେ ହେବାକୁ ଥିବା ନିର୍ବାଚନରେ ହାତକୁ ହାତ ମିଳାଇ କାମ କରିଲେ ଆମେ ନିଶୁୟ ବିଜୟୀ ହେବା ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀ ଚନ୍ଦନ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ୩୩ନଂ ଯୋନର ବ୍ଳକ କଂଗ୍ରେସ ସଭାପତି ଶରତ ମାଝୀ, ପ୍ରଭାକର ପ୍ରଧାନ, ଅଳସା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ, ନାରାୟଣ ସ୍ୱାଇଁ, ବ୍ରଜବନ୍ଧୁ ବେହେରା, କୃଷ୍ଣଚନ୍ଦ୍ର ମହାନ୍ତି, ହରିହର ସାହୁ, ବଟକୃଷ୍ଣବରାଳ, ସୁଶାନ୍ତ କୁମାର ଦାସ, ବ୍ଳକ ଯୁବ କଂଗ୍ରେସ ସଭାପତି ଦେବାଶିଷ ମିଶ୍ରଙ୍କ ସହିତ ପ୍ରାୟ ୨ଶହରୁ ଅଧିକ କର୍ମୀ ଯୋଗଦେଇଥିଲେ । 

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts