ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ରାଜ୍ଯ କାର୍ଯ୍ଯକାରିଣୀ ବୈଠକ
ପୁରୀ---- ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ୨୬ ତମ ବାର୍ଷିକ ଉତ୍ସବ ସହିତ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଜିଲ୍ଲା ସଂସ୍କୃତି ଭବନ ଚକ୍ରତୀର୍ଥ ରୋଡ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ପଞ୍ଚାୟତ ରାଜ, କୃଷି ମନ୍ତ୍ରୀ ପ୍ରଦିପ ମହାରଥୀ ଯୋଗଦେଇ କହିଥିଲେ ଅନ୍ୟାୟ ବିରୁଧରେ ଆପଣ ମାନେ ବେଶ ସଠିକ ମାର୍ଗରେ କଲମ ଚାଲନା କରୁଛନ୍ତି । ସେଥିପାଇଁ ମୁଁ ଆପଣଙ୍କ ପାଖରେ ମସ୍ତନସ୍ତକକରୁଛି । ଦୁର୍ନିତୀ, କୁସଂସ୍କାର ଓ ନାରୀ ନିର୍ଯ୍ୟାତନ ଉପରେ କଲମ ଚାଲନା କରନ୍ତୁ ମୁଁ ଆପଣଙ୍କ ପଛରେ ଅଛି । ସେହିପରି ଶ୍ରୀ ମହାରଥୀ କହିଥିଲେ ଜଗନ୍ନାଥଙ୍କୁ ମୋର ଯେତେକି ଭୟ ନାହିଁ ସାମ୍ବାଦିକ ମାନଙ୍କୁ ମୋର ଭୟ । ଆକଣ ମାନଙ୍କ କଲମ ମୁନରେ ଜଣେ ହିରୋ ହୋଇ ପାରିବ ସେହି ବ୍ୟକ୍ତିକୁ ପୁଣି ଆପଣ ମାନେ ଜିରୋ କରିବାର ଶକ୍ତି ଆପଣଙ୍କ ପାଖରେ ରହିଛି ବୋଲି କହିଥିଲେ । ଏହା ସହିତ ସାମ୍ବାଦିକ ମାନଙ୍କର ଉନ୍ନତି ପାଇଁ ସେ ଚେଷ୍ଠାକରିବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସମ୍ମାନୀତ ଅତିଥି ନିମାପଡା ବିଧାୟକ ସମୀର ରଂଜନ ଦାଶ, ସୁରେନ୍ଦ୍ର କୁମାର ସେଠୀ କାକଟପୁର ବିଧାୟକ, ଜ୍ୟେତି ପ୍ରକାଶ ଦାଶ, ଜିଲ୍ଲାପାଳ ପୁରୀ, ହେମନ୍ତ ତିୱାରୀ,ଜାତୀୟ ଉପ ସଭାପତି, ଆଇ, ଏଫ. ଡବୁୁ, ଜେ ଦିଲ୍ଲୀ, ବିଭୁତି ଭୂଷଣ କର ରାଜ୍ୟ ସଭାପତି , ଉତ୍କଳ ସାମ୍ବାଦିକ ସଂଘ, ଓଡିଶା, ପୂର୍ଣ୍ଣଚନ୍ଦ୍ର ନାକୟ ସାଧାରଣ ସମ୍ପାଦକ ରାଜ୍ୟ ଉତ୍କଳ ସାମ୍ବାଦିକସଂଘ ଓଡିଶ, ତ୍ରୀବିକ୍ରମ ରାମକୃଷ୍ଣ ମହାପାତ୍ର, ଜାତୀୟ ପରିଷଦ ସଦସ୍ୟ, ଆଇ, ଏଫ, ଡବ୍ଳୁ, ଜେ, ଦିଲ୍ଲୀ, ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘର ସଚ୍ଚିବ ସିଦ୍ଧାର୍ଥ କାଲହଂସ, ଭାସ୍କର ଦୁବେ ସଭାପତି, ମାନ୍ୟତା ପ୍ରାପ୍ତ ସାମ୍ବାଦିକ ସଂଘ, ହାରଧନ ବାର୍ନାଜୀ ଉତ୍କଳ ସାମ୍ବାଦିକ ସଂଘର ଜେନେରାଲ୍ ସେକ୍ରେଟେରୀ, ଗୌରହରି ପ୍ରଧାନ, ପୂର୍ବତନ ନଗରପାଳ , ପୁରୀ, ପ୍ରେମାନନ୍ଦ ମହାନ୍ତି ସଭାପତି ପୁରୀ ଆଇନଜିବୀ ସଂଘ, ବିଶ୍ୱଜୀତ୍ ପଟ୍ଟନାୟକ ସଭାପତି ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକସଂଘର ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ଅସୁବିଧା ସମ୍ପର୍କେ ମତ ରଖିଥତଲେ । ଏହି ଅବସରରେ ପୁରୀ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ । ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି