ଫୁଲବାଣୀରେ ଶୀତ ଲହରି ଜାରି: ତୁଷାରପାତ
ମୟୁରଭଞ୍ଜ --- ଶୀତ ଲହରି ଆଉ ଦୁଇଦିନ ଲାଗି ରହିବ ବୋଲି ପାଣିପାଗ ସୁତ୍ରରୁ ଜଣାପଡିଛି । ସଂଧ୍ୟା ନଇଁଲେ ଜାଡରେ ହାତଗୋଡ ଥରୁଛି । ଜିବନଯାତ୍ର ଠପ ହୋଇଯାଇଛି । ଏ ବର୍ଷର ଶୀତ ସବୁଠାରୁ ଅଧିକ ଶୀତ ରେର୍କଡ କରିଛି । ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଥିବା ବେଳେ ଓଡିଶାକୁ ଉତ୍ତରା ପବନ ୧୫ ଦିନ ହେବ ବୋହୁଛି । ଦାରିଙ୍ଗିବାଡି ଓ ଫୁଲବାଣୀରେ ପାରଦ ୩ ଡିଗ୍ରୀ ତଳକୁ ଆସିବା ମାତ୍ରେ ତୁଷାରପାତ ଲାଗିରହିଛି । ସେହିପରି ସୁନ୍ଦରଗଡ ଓ ଟେନସାରେ ମଧ୍ଯ୍ ଏ ବର୍ଷ ତୁଷାର ପାତ ହୋଇଥିବା ଜଣାପଡିଛି । ଫୁଲବାଣୀରେ ଏବେବି ପାରଦ ୩ରୁ ୪ ଡ୍ରିଗୀ ମଧ୍ୟରେ ରହିଛି । ଅସମ୍ଭାଳ ଜାଡ ଲାଗି ରହିଛି । ଅନେକ ସ୍ତାନରେ ଲୋକମାନେ ନିଆଁ ଜାଳି ରହୁଥିବାର ଦେଖାଯାଇଛି । ଆଣ୍ଶମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ତାର ପ୍ରଭାବରେ ସମାନ୍ୟତମ ପାଣିପାଗ ବଳଦି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।
ମୟୁରଭଞ୍ଜରୁ ସରୋଜ ବେହେରା