Breaking News

ବିଭିନ୍ନ ବିଦ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ଭଞ୍ଜନଗର :- ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡl ଠାରେ  ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧକ୍ଷତାରେ 
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l ଶିକ୍ଷକ ମନୋରଞ୍ଜନ ପଣ୍ଡା, ଗଣେଶ  ଚନ୍ଦ୍ର ପଣ୍ଡା, ସାଜନ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା ଓ ବାଳକୃଷ୍ଣ ପାତ୍ର ମଞ୍ଚାସୀନ ହୋଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୀବନୀ ଓ ଦେଶ ସ୍ୱାଧୀନତା ର ଭୂମିକା ସହ, ଲବଣ ସତ୍ୟାଗ୍ରହ, ସ୍ୱଚ୍ଛତା, ଅହିଂସା ମାର୍ଗ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଛାତ୍ର, ଛାତ୍ରୀ ମାନଙ୍କ ତରଫରୁ ବକ୍ତବ୍ୟ ରଖିଥିବl ଛାତ୍ରୀ,ଛାତ୍ରଙ୍କୁ ପ୍ରଧାନଶିକ୍ଷକ ପୁରସ୍କୃତ କରିଥିଲେ l ଶେଷରେ ଶିକ୍ଷକ ସାଜନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ  ଯୋଗ ଦେଇଥିଲେ  l ସେହିପରି  ଭଞ୍ଜନଗର ଡିଏଭି ସ୍ମୁଲ ପରିସରରେ  ଜାତିର ପିତା ମହା ମାନବ ମହାତ୍ମା ଗାନ୍ଧି ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ  ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମହାମାନବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା।  ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ରିନା ପ୍ରଧାନ  ଏହି ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସୁଶ୍ରୀ ମୀରା ରାଣୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ  ସଫଳ କରିବାରେ ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୧୦/୨୦୨୩----୮,୧୦ Sakhigopal News,2/10/2023

Blog Archive

Popular Posts