ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ୭ମ ବାର୍ଷିକ ବନ୍ଦନା ପତ୍ରିକା ଉନ୍ମୋଚନ ;
ସାକ୍ଷୀଗୋପାଳ---- ବନ୍ଦନା ଭାଷା, ସହିତ୍ୟ, କଳା ଓ ସଂସ୍କୃତି ପରିଷଦ ପକ୍ଷରୁ ସାକ୍ଷୀଗୋପାଳ- ଅଳଗୁମ ରାସ୍ତାରେ ଥିବା ଦାମଦର କ୍ୟାଲଣ ମଣ୍ଡପ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ରାଜ୍ୟ ସ୍ତରୀୟ ସାରସ୍ୱତ ସଭା ଓ କବିତା ଆସର ସହିତ ୭ମ ବାର୍ଷିକ ବନ୍ଦନା ପତ୍ରିକା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାରସ୍ୱତ ସଭାରେ ସଭାପତିତବ କରିଥିଲେ ସାହିତ୍ୟକ ତଥା ସମାଜସେବୀ ସାଧୁଚରଣ ବେହେରା । ମୁଖ୍ୟ ଅତିଥି ଭାବେ ପ୍ରାଚୀ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ସେନାପତି, ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଡ, ବସନ୍ତ କୁମାର ରଥ, ବନ୍ଦନା ଭାଷା, ସହିତ୍ୟ, କଳା ଓ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ତଥା ଶିକ୍ଷୟତ୍ରୀ ବନ୍ଦନା ମହାପାତ୍ର, ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର ନାଥ ଷଡଙ୍ଗୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅନୁଷ୍ଠିତ କବିତା ପାଠ ଉତ୍ସବରେ ସୁନନ୍ଦା ମହାନ୍ତି, ବିଜୟ ପଟ୍ଟନାୟକ, ବିଶାଖା ଦେବୀ, ସୁଦର୍ଶନ ବରାଳ, ବିଜୟ କୁମାର ପରିଡା, ରତ୍ନାକର ଜେନା, ରଞ୍ଜନ କୁମାର ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର ଦିବ୍ୟ ଲୋଚନ ଭରିମଲ୍ଲ ପ୍ରମୁଖ ୫୦ ଜଣରୁ ଅଧିକ କବି କବୟତ୍ରୀ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମସ୍ତ କବି କବୟତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କବିତା ପାଠ ଉତ୍ସବକୁ ଶିକ୍ଷୟତ୍ରୀ ସୁଜତା ଦେବୀ ଓ ଶିକ୍ଷକ ନିରଞ୍ଜନ ବରାଳ ପରିଚାଳନା କରିଥିଲେ । ଅନୁଷ୍ଠିତ ସଭାରେ ଓଡିଆ ଭାଷା ବଞ୍ଜିରହିବାକୁ ହେଲେ ପ୍ରତିଦିନ କବିତା ପାଠ ଉତ୍ସବ ସହିତ ପୁସ୍ତକ ପ୍ରକାଶିତ ହେବା ଦରକାର ବୋଲି ଯୋଗ ଦେଇଥବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିଶେଷ କରି ରାଜ୍ୟ ସରକାର ଓ ୫ଟି ସଚ୍ଚିବଙ୍କୁ ଏହି ମାଟିରେ ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିଥିବାରୁ ବନ୍ଦନା ଭାଷା, ସହିତ୍ୟ, କଳା ଓ ସଂସ୍କୃତି ପରିଷଦର ସମ୍ପାଦକ ରବୀନ୍ଦନାଥ ଷଡଙ୍ଗୀ ଧନ୍ୟବାଦ ଜଣାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୦/୨୦୨୩----୭,୨୦ Sakhigopal News, 2/10/2023