Breaking News

ସାମାଜିକ ଓ ରାଜନୈତିକ ଅବସ୍ଥାକୁ ନେଇ ସାରଦୀୟ ବନ୍ଧୁମିଳନ ଅନୁଷ୍ଠିତ

  
ନୟାଗଡ: --- ସାଂପ୍ରତିକ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସାମାଜିକ ଓ ରାଜନୈତିକ ଅବସ୍ଥାକୁ ନେଇ  ଶୁଭ ମଣ୍ଡପ ପରିସରରେ ଏକ ସାରଦୀୟ ବନ୍ଧୁ ମିଳନ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଜୟ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ। ଖଣ୍ଡପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ପ୍ରଧାନ, ସମାଜ ସେବୀ ପ୍ରକାଶ ଚନ୍ଦ୍ର ରଥ , ସିଧାମୂଳା ର ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ଦଳେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସହରାଞ୍ଚଳ ଓ ଉଭୟ ଖଣ୍ଡପଡ଼ା , ଭାପୁର ବ୍ଲକ ଅନ୍ତର୍ଗତ ୪୦ ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ ପ୍ରାୟ ୫୦୦ରୁ ଉର୍ଦ୍ଧ ବିଭିନ୍ନ ସ୍ତରର ନେତା , ସମର୍ଥକଙ୍କ ସହିତ ଦଳୀୟକର୍ମୀ , ସାଧାରଣ ଜନତା ଅନୁଷ୍ଠିତ ସଭାରେ ଯୋଗଦେଇ ଖଣ୍ଡପଡ଼ା ର ରାଜନୈତିକ ଅବସ୍ଥା , ସାଧାରଣ ଜନତାଙ୍କ ଆର୍ଥିକ ସମସ୍ୟା ଉପରେ 
ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥଲେ। ଖଣ୍ଡପଡ଼ା ରେ ସମ୍ପୃତି ବିଜୁ ଜନତା ଦଳର ଶାସନକାଳ ମଧ୍ୟରେ କୌଣସି ବିଧାୟକ ଦ୍ୱିତୀୟ ଥର ନିମନ୍ତେ ଦଳୀୟ ଟିକେଟ ପାଇନଥିବା ଓ ପ୍ରତ୍ୟେକ ଥର ସଂପୃକ୍ତ ଦଳ ପାର୍ଥି ବଦଳାଇ ଖଣ୍ଡପଡ଼ାବାସୀ ଙ୍କ ବିଶ୍ୱାସ ଏବଂ ଆର୍ଥିକ ମାନଦଣ୍ଡ କୁ ଭୁଲୁଣ୍ଠିତ କରିଥିବା ବିଷୟ ବକ୍ତାମାନଙ୍କ ବକ୍ତବ୍ୟ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ଦେଖାଯାଇଥିଲା । ବିଶେଷ କରି ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜର  ୫ ବର୍ଷ ର ଶାସନକାଳ ମଧ୍ୟରେ ୫ ସହ କୋଟି ଖର୍ଚ୍ଚ କରି ଲୋକଙ୍କ ସମସ୍ୟା ସୁଧାର ନେଇ ବଡ଼ ବଡ଼ ବାକ୍ୟବାଣ ମାରୁଥିବା ସହିତ ଦଳୀୟ ସଭାରେ ନିଜର ବାହାସ୍ପଟ୍ ମାରୁଛନ୍ତି ବୋଲି ପୂର୍ବତନ ବ୍ଳକ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ନିଜର ବକ୍ତବ୍ୟରେ କହିଥିଲେ। 
ନୟାଗଡ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ,୨/୧୦/୨୦୨୩---୮,୧୦ Sakhigopal News,2/10/2023

Blog Archive

Popular Posts