Breaking News

ମା ଉମା ମାହେଶ୍ୱରୀ ଶକ୍ତି ପୀଠ ମନ୍ଦିର ରୂପାନ୍ତରିତ କରଣ କାର୍ଯ୍ୟ ସମ୍ପର୍ଣ୍ଣ

 
ବରଗଡ଼ ---ବରଗଡ଼ ଜିଲ୍ଲା ସର୍ବ ପୁରାତନ ମା ଉମା ମାହେଶ୍ୱରୀ ଶକ୍ତି ପୀଠ ମନ୍ଦିର ରୂପାନ୍ତରିତ କରଣ କାର୍ଯ୍ୟ  ସମ୍ପର୍ଣ୍ଣ ହୋଇଛି । ମା ଉମା ମାହେଶ୍ୱରୀ ଙ୍କ  ମନ୍ଦିର ପୀଠ  ଏବଂ ମାଙ୍କର ରୋଷ ଘର, ମାହେଶ୍ୱରୀ ସାଗର ପୁଣି ଥରେ ପ୍ରତିଷ୍ଠା ଉତ୍ସବ ସହିତ ଜଳାଭିଷେକ ଉତ୍ସବ  ଉଦଯାପିତ ହୋଇଯାଇଛି ।ଏହି ଶୁଭ କାର୍ଯ୍ୟ ରେ କର୍ତ୍ତା ଭାବେ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଏବଂ ତାଙ୍କର ଧର୍ମ ପତ୍ନୀ ଶ୍ରୀମତୀ ମଞ୍ଜୁ ପଣ୍ଡା ସେହି ପରି ଜଗବନ୍ଧୁ କଲତା ଏବଂ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପୁଷ୍ପାଞ୍ଜଳି କଲତା  ପ୍ରତିଷ୍ଠା କାର୍ଯ୍ୟ ତୁଲାଇ ଥିଲେ। ପୀଠ ସେବାୟତ ଙ୍କ ସଙ୍ଗେ  ଶ୍ରୀ ସୁକଦେବ ତ୍ରିପାଠୀ  ଏବଂ ତାଙ୍କ ସହ କର୍ମୀ ପୁରୋହିତି  କାର୍ଯ୍ୟ ତୁଲାଇ ଥିଲେ।
ଏହି ଶୁଭ ଅବସର ରେ ସମସ୍ତ ମା ମାହେଶ୍ୱରୀ ମନ୍ଦିର ସେବାୟତ ଉପସ୍ଥିତ ଥିଲେ ।
ଏହି ଅବସର ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ଶ୍ରା  ସମ୍ବିଦ ଆଚାର୍ଯ୍ୟଙ୍କର ସଙ୍ଗେ ତାଙ୍କର ପରିବାର ଉପସ୍ଥିତ ରହି ମା ଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ ।
ପାଞ୍ଚ ହଜାର ରୁ ଉର୍ଦ୍ଧ ମା ମାହେଶ୍ୱରୀ ଭକ୍ତ ଙ୍କ ଯୋଗଦେଇଥିଲେ ।  ମା ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଅନ୍ନପ୍ରସାଦ ସେବନ କରିଥିଲେ ।
 ମା ମାହେଶ୍ୱରୀ ସେନା, ନିଷ୍ଠା ପରିବାର, ଏବଂ କୁରୁଆଁ ଗ୍ରାମ ପଞ୍ଚାୟତ ଗାମ ବାସୀଙ୍କ ପୂର୍ଣ  ସହଯୋଗ ରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୦/୨୦୨୩----୮,୧୦ Sakhigopal News,6/10/2023

Blog Archive

Popular Posts