Breaking News

ଜିଲ୍ଲା ପୁଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା



ନୟାଗଡ଼ : ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧ‌ିକ୍ଷକ ରାହୁଲ ଜୈନଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।  ଅନୁଷ୍ଠିତ ସଭାକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ। ସାଇବର ଅପରାଧ ବିଷୟରେ ନୟାଗଡ଼ ଏସପି ସୂଚନା ଦେବା ସହ ବହୁ ଲୋକ ଏହାର ଶୀକାର ହେଉଥ‌ିବା କହିଥିଲେ।ନୟାଗଡ଼ ଜିଲ୍ଲାକୁ ଆସିଥିବା ରଥ ସମସ୍ତ ବ୍ଲକ ଓ ଥାନା ଅଞ୍ଚଳ ବୁଲି ସଚେତନ କରିବ। ପ୍ରତି ଘରେ ଏହି ବାର୍ତ୍ତା ପହଞ୍ଚିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।  ସାଇବର ଅପରାଧୀଙ୍କ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ ସୁପଦକ୍ଷେପ ନେଇଥିବା ଜିଲ୍ଲାପାଳ କହିଥିଲେ। ସାଇବର ଅପରାଧର ଶିକାର ହେଇଥିବା ଲୋକଙ୍କ ବିଷୟରେ ଆମେ ଜାଣିବା ଆବଶ୍ୟକ, ଅଧ‌ିକ ପାଇବାର ନିଶା ଅନେକଙ୍କୁ କ୍ଷତିଗ୍ରସ୍ତ କରୁଛି ବୋଲି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ।ସଚେତନ ହେଲେ ସେମାନଙ୍କ ଜାଲରେ ପଡ଼ିବା ନାହିଁ। ବିଭିନ୍ନ ଉଦାହରଣ ଦେଇ ସାଇବର ଅପରାଧ ସମ୍ପର୍କରେ ବିଧାୟକ ସଚେତନ କରିଥିଲେ। ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଭିଡିଓ ବ୍ୟବସ୍ଥା ଥ‌ିବା ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

ନୟାଗଡ ରୁ ନିରଂଜନ ଦାସଙ୍କ ରିପୋର୍ଟ,୨/୧୦/୨୦୨୩---୮,୪୫ , Sakhigopal News,2/10/2023

Blog Archive

Popular Posts