ରକ୍ତବୀର" ସମ୍ମାନ ରେ ସମ୍ମାନିତ ହେଲେ ଆଇନଜୀବୀ ସୁଶାନ୍ତ ରଥ
ପୁରୀ --- ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ତଥା ଦାନ ଉତ୍ସବ ର ପ୍ରାରମ୍ଭ ଦିନ ରେ ଗୋପବନ୍ଧୁ ଆୟୁର୍ବେଦିକ କଲେଜ ପୁରୀ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ରେ ୧୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସର୍ବାଧିକ ୧୧୧ ଥର ରକ୍ତଦାନ ପାଇଁ ବଦ୍ରି ମିଶ୍ର ଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା । ବ୍ଲଡ଼ ଡୋନର ଗ୍ରୁପ ସତ୍ୟବାଦୀ ର ସହ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ସଂଗଠନ ର ମୁଖ୍ୟ ପରିଚାଳକ ସୁଶାନ୍ତ ରଥ ଙ୍କୁ ସର୍ବାଧିକ ଥର ରକ୍ତଦାନ ଶିବିର ଆୟୋଜନ କରିଥିବାରୁ "ରକ୍ତବୀର" ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧୦/୨୦୨୩----୮,୪୫ Sakhigopal News,2/10/2023