Breaking News

ଦଶପଲ୍ଲା ମହାବୀର ସାହିରେ ରାକ୍ଷୀ ପୂର୍ଣ୍ଣିମା ରେ ଜାରି ରହିଛି ଗମ୍ହା ଡିଆଁ

Gamha Dien continues on Rakshi Purnima in Daspalla Mahabir Sahi

 
ନୟଗଡ--- ନୟାଗଡ ଜିଲାରେ ଗାଁ ଠାରୁ ସହର ଘରେ ଘରେ ପାଳିତ ହୋଇଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ର ମଙ୍ଗଳ କାମନା କରି ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଭାଇ ଭଉଣୀର ନିବିଡ଼ ସମ୍ପର୍କ ର ପର୍ବ ଏହି ରାକ୍ଷୀପୂର୍ଣ୍ଣିମା । ଗତ ଚାରିଦିନର ଅବିଶ୍ରାନ୍ତ ବର୍ଷା ପରେ ପାଗ ସୁଖିଲା ରହିବାରୁ ଏହି ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଧୁମ ଧାମ ରେ ପାଳିତ ହୋଇଛି । ଭଉଣୀ ମାନେ ଭାଇ ମାନଙ୍କୁ ରାକ୍ଷି ବାନ୍ଧିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ଓ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦଶପଲ୍ଲା ପକ୍ଷରୁ ଏହି ରାକ୍ଷୀ ଉତ୍ସବ ପାଳିତ ହୋଇଛି । ରାକ୍ଷୀ ପୂର୍ଣ୍ଣିମା କୁ ହଳଧର ମହାପ୍ରଭୁ ବଳଭଦ୍ର ଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଇଥାଏ । ଚାଷୀ ଓ ଗଉଡ଼ ସମ୍ପ୍ରଦାୟ ର ଲୋକ ମାନେ ଏପରିକି ଯେଉଁମାନେ ଗୋ ମାତା ଙ୍କୁ ପାଳନ କରିଥାନ୍ତି ସେହି ବ୍ୟକ୍ତି ମାନେ ଗୋ ମାତାଙ୍କୁ ପୂଜା କରିବା ସହ ଘରେ ଥିବା ହଳ ଲଙ୍ଗଳ କୁ ପୂଜା କରିଥାନ୍ତି । ଯାହାକି ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ କୁଞ୍ଜବଂନଗଡ ନାହାକପଡା ବା ଗଉଡ଼ ସାହିରେ ଏହି ପର୍ବକୁ ଘରେ ଘରେ ପାଳନ କରାଯାଇଛି । ଘରେ ଥିବା ଗାଈ,ବଳଦ,ମଇଁଷି ଇତ୍ୟାଦିଙ୍କୁ ପୂଜାର୍ଚନା କରିବା ସହ ଘରେ ହୋଇଥିବା ପିଠାପଣା ଖାଇବାକୁ ଦେଇଥାନ୍ତି । ବିଶେଷ ଭାବେ ଏହି ପର୍ବ କୁ ଗମ୍ହା ପୂର୍ଣ୍ଣମୀ ଭାବେ ପାଳନ କରାଯାଇଥାଏ । ଦଶପଲ୍ଲା ଏନ ଏ ସି ର ମହାବୀର ସାହିରେ ଏହି ଗମ୍ହା ଡିଆଁ ପରମ୍ପରା ବହୁ ବର୍ଷ ଧରି ଚାଲି ଆସିଛି । ଗାଁ ର ଯୁବକ ମାନେ ଏକ ତ୍ରିତ ହୋଇ ଗାଁ ମଝିରେ ଗମ୍ହା ତିଆରି କରିଥାନ୍ତି । ଘାସ ଚେକା ରେ ଏହି ଗମ୍ହା ତିଆରି ହୋଇଥାଏ । ପ୍ରାୟ ୫ ଫୁଟ ଉଚ ରେ ଏହି ଗମ୍ହା ତିଆରି କରାଯାଇଥାଏ । ଏହାପରେ ଗମ୍ହା ମାଟିରେ  ହାତୀମୁଣ୍ଡ  କରାଯାଇଥାଏ । ପରେ ଏହି ଗମ୍ହା କୁ ପୂଜାର୍ଚନା କରାଯାଇ ଏଥିରେ ପଟା ଲଗାଇ ଗ୍ରାମର ଯୁବକ ମାନେ ଗମ୍ହା ଡେଇଁ ଥାଆନ୍ତି । ଯିଏ ଯେତେ ଲମ୍ବା ଉଚା ଡେଇଁ ପାରିଲା ସେ ସେତେ ବାଉଁଶରେ ବନ୍ଧା ହୋଇଥିବା ସାମଗ୍ରୀ  ନେଇ ପାରିବ । ଯାହା କୁ ଦେଖୀବାକୁ ଗ୍ରାମବାସୀ ଙ୍କ ସହ ନିକଟସ୍ଥ ଗ୍ରାମବାସୀ ଙ୍କ ମଧ୍ୟରେ ଉସ୍ଛାହ ପରିଲକ୍ଷିତ ହୋଇଥାଏ । ମହାବୀର ସାହି ରେ ଏହି ଗମ୍ହା ଡିଆଁ ଉତ୍ସବ ଏବେ ନୁହେଁ ବହୁ ବର୍ଷ ଧରି ଏଠାରେ ଗମ୍ହା ଡିଆଁ ପାଳିତ ହୋଇଆସୁଛି । ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୮/୨୦୨୨---୯,୨୦  Sakhigopal News,11/8/2022

Popular Posts