ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କର ଏକ ଜାତୀୟ ବୈଠକ
ନୟଗଡ---- ମହାରାଷ୍ଟ୍ର ର ନାସିକ ସ୍ଥିତ ଏଚ.ଆର.ଡି ସେଣ୍ଟର ଠାରେ ଭାରତ ର ବିଭିନ୍ନ ରାଜ୍ୟରୁ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କର ଏକ ଜାତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡା. ଅନାସ (ସଭାପତି), ଗୋ.ସ୍ୱା.ଅ- କିରନ୍ ଏସ୍.ତୋଣ୍ଡଚିରେ (ଜାତୀୟ ସମ୍ପାଦକ), ଶ୍ରୀଯୁକ୍ତ ଅରିଫ ସଉଦାଗର (କୋଷାଧ୍ୟକ୍ଷ) ଆଦି ଉପସ୍ଥିତ ଥିଲେ । ଉକ୍ତ ବୈଠକ ସର୍ବ ଭାରତୀୟ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ (*AIACHO * ) ର ପ୍ରଥମ ବୈଠକ ଥିଲା । ଏଥିରେ ଓଡିଶାର ପ୍ରତିନିଧିତ୍ୱ କରିଥିଲେ କେନ୍ଦୁଝର ଜିଲା ରୁ ଶ୍ରୀଯୁକ୍ତ ମନୋଜ କୁମାର ବେହେରା (*CHO*) । ନୁଆପଡା ଜିଲା ରୁ ଶ୍ରୀଯୁ୍କ୍ତ ଆଲୋକ କୁମାର ସାହୁ(*CHO*) । ଉକ୍ତ ବୈଠକ ରେ ବିଭିନ୍ନ ରାଜ୍ୟରେ ଥିବା ସମସ୍ୟା ଓ ତାର ନିରାକରଣ, କିପରି ଭାବେ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନେ ସୁରକ୍ଷିତ ଭାବ ରେ ନିଜର କାର୍ଯ୍ୟ କରିବା ସହିତ ଗ୍ରାମ୍ୟ ସ୍ୱାସ୍ଥ୍ୟ ରେ ସୁଧାର ଆଣିପାରିବେ ସେ ନେଇ ବିଶେଷ ଚର୍ଚ୍ଚା ହୋଇଥିଲା । ନାନା ସମସ୍ୟା ସତ୍ତ୍ୱେ କିଭଳି ଭାବରେ ବିଭିନ୍ନ ରାଜ୍ୟ ରେ କାର୍ଯ୍ୟରତ *CHO* ନିଜର ଦକ୍ଷତା ପ୍ରତି ପାଦନ କରି ପାରିଛନ୍ତି ସଭାର ମୁଖ୍ୟ ଆକର୍ଷଣ ଥିଲା ଯାହାକି ଅନ୍ୟ ଅଧିକାରୀ ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ଥିଲା ।
ସଂଗଠନ ର ଅଧ୍ୟକ୍ଷ ଡା. ଅନାସ କହିଛନ୍ତି ଯେ ଆଗାମୀ ଦିନ ରେ *AIACHO* ସମସ୍ତ CHO ମାନଙ୍କ ପାଇଁ ଚାକିରୀ କ୍ଷେତ୍ର ରେ, ଦରମା ତଥା ସୁଧାର ଆଣିବା ସହ ଏକ ସ୍ୱତନ୍ତ୍ର କ୍ୟାଡର କରିବା ପାଇଁ ବକ୍ତବ୍ୟ ଦେଇଥିଲେ । ଏହି ସଭା *one AIACHO for all CHOs* ସହ ସମାପନ କରାଯାଇଥିଲା ।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୮/୨୦୨୨---୭,୧୦ Sakhigopal News,19/8/2022
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୮/୨୦୨୨---୭,୧୦ Sakhigopal News,19/8/2022