Breaking News

ପେସା ହେଲା ଆଲୁମିନିୟମ ବାସନ ବିକ୍ରି; ନିଶାରେ ଜଣେ ଲେଖକ ଓ ନାଟ୳କାର


କଟକ- ବଣମଲ୍ଲୀ ହୋଇ ବଣରେ ଝରିପଡୁଥିବା ନିଆରା ମଣିଷ- ବସନ୍ତ ସାହୁ। ପେସା ହେଲା ଆଲୁମିନିୟମ ବାସନ ବିକ୍ରି କରି ପରିବାର ପୋଷିବା । କିନ୍ତୁ ନିଶାରେ ଜଣେ ଲେଖକ ଓ ନାଟ୳କାର। ସେ ଜଣେ ଅନନ୳ପ୍ରତିଭାର ମଣିଷ । କଟକ ଜିଲ୍ଲା ବାଙ୍କୀ ଢଁସର ଅଁଚଳରେ ତାଙ୍କର ଘର । ଅଳ୍ପ ବୟସରୁ  ନାଟକ, କବିତା ଲେଖିବାର ନିଶା ଘାରିଥିଲା।ଆଉ ସେ ମଧ୴ ସେଇ ନିଶାକୁ ମନରେ ଠୁଳ କରି କଲମ ମୁନରେ ଲେଖି ଗଲେ ଗଳ୍ପ ,ନାଟକ ଓ କବିତା। ସେ ଜଣେ କ୍ଷାତିସମ୍ପର୍ଣ୍ଣ ସାହିତି୳କ ହୋଇନଥିଲେ ମଧ୴ ,ଗୁଣ୍ଡିଚି ମୂଷା ହୋଇ ସାହିତ୳କୁ ସମାଜର ହୃଦୟରେ ସ୍ଥାନ ଦେବାପାଇଁ ତାଙ୍କର ରହିଛି ଏକ ଭିନ୍ନ ଭାବଭରା ନିଆରା ପ୍ରୟାସ। ସକାଳ ହେଲେ ପରିବାର ଭରଣ ପୋଷଣ ପାଇଁ ବାହାରି ପଡ଼ନ୍ତି ନିଜର ପସରା ଧରି। ଫେରିବାଲା ବେପାର। ଗାଁ କୁୁଗାଁ ବୁଲି ବେପାର କରିଥାନ୍ତି । ତଥାପି ସେଥିରୁ ସମୟ ବାହାର କରି ବସିପଡ଼ନ୍ତି  ଖଣ୍ଡେ କାଗଜ ଓ କଲମ ଧରି।ଶବ୍ଦ କୁ ଶବ୍ଦ  ଯୋଡି ରଚନା କରିଯାଆନ୍ତି ଶବ୍ଦର ସମ୍ଭାର,ଗଢ଼ି ହୋଇଯାଏ ନାଟକ ,ଗଳ୍ପ କବିତା। ଆହୁରି ମଧ୴ ଫୁରସତ ସମୟରେ ସ୍ୱଇଛାରେ ଛୋଟଛୋଟ ପିଲାଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିବା ତାଙ୍କର ଆଉ ଏକ ଭିନ୍ନ ପ୍ରତିଭା ।  ସେ ଏସବୁ କରନ୍ତି ନିଜ ରୋଜଗାରରୁ କରିଥିବା କିଛି ସାଇତି ରଖିଥିବା ଅର୍ଥରୁ। ତାଙ୍କର ଅନେକ ରଚନା କରିଥିବା ପୁସ୍ତକ ମଧ୴ରୁ -ଶଂଖନାଦ,ଆସ ଦେଖିଯିବା ତ୍ରିନାଥ ମେଳା ଓ ଭାରତ କୁଇଜ୍।ଜନମାନସରେ ବେଶ୍ ଆଦୃତି ଲାଭ କରିଥିବାବେଳେ,"ଆସ ଦେଖିଯିବା ତ୍ରିନାଥ ମେଳା,"ରାଜ୳ ସଂସ୍କୃତି ବିଭାଗ ଦ୍ୱାରା ମନୋନୀତ ହୋଇଥିଲା।ଏଭଳି ସାହିତ୳ ସାଧକ ମାନଙ୍କ ପାଇଁ ଟିକେ ସରକାରୀ ଦରଦ ନିତାନ୍ତ ଆବଶ୳କ ବୋଲି ନିଜେ ନାଟ୳କାର ବସନ୍ତ ସାହୁ ପ୍ରକାଶ କରିଛନ୍ତି।ଯାହାଫଳରେ ଓଡିଆା ସାହିତ୳କୁ ରୁଧିମନ୍ତ କରିବାରେ ଏମାନେ ସମର୍ଥ ହୋଇପାରିବେ। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୩୦/୮/୨୦୨୨--୮,୪୫ Sakhigopal News,30/8/2022



Blog Archive

Popular Posts