ଦର ବୃଦ୍ଧି ନେଇ କଂଗ୍ରେସ ର ଚେତାବନୀ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବାର୍ଷିଲେ ପୂର୍ବତନ ମନ୍ତ୍ରୀ
ବଲାଙ୍ଗିର..ସଇଁନ୍ତଲା // ଦିନକୁ ଦିନ ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବ ପଡିବା ସହ ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ତେବେ ଏଭଳି ପରିସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା ପର୍ଯ୍ୟବେକ୍ଷକ ହରଜିପ ସିଂହ, ସଇଁନ୍ତଲା ୩୨ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରମୋଦ ଭୋଇ ପ୍ରମୁଖ ଯୋଗଦେଇ ଖାଉଟି ଓ ଦୋକାନୀ ମାନଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ। ଯେଉଁ ଭଳି ଭାବରେ ସାରା ରାଜ୍ୟରେ ଦର ବୃଦ୍ଧି ବଢ଼ିବାରେ ଲାଗିଛି ତାହାକୁ ନେଇ ଅନେକ ଥର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ମଧ୍ୟ କରାଯାଇଛି। ଏବଂ ସରକାର କିଛି ପରିମାଣରେ ଦର ହ୍ରାସ କରିଥିଲେ ହେଲେ ବର୍ତ୍ତମାନ ଆକାଶ ଛୁଆଁ ଦର ହେବାରେ ବସିଛି । ଲୋକେ ନାହିଁ ନ ଥିବା ର ଅସୁବିଧା ଭୋଗୁଛନ୍ତି। ଗରୀବ ଲୋକଙ୍କ ପାଇଁ ଦର ବୃଦ୍ଧି ଯୋଗୁଁ କାଠ କର ହୋଇ ପଡ଼ିଛି ।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ବୈମାତୃକ ମନ ଭାବ ଯୋଗୁଁ ଗରିବ ଲୋକଙ୍କୁ ଅନେକ ପ୍ରଭାବିତ କରିଛି ତେବେ ସମସ୍ତେ ସଚେତନତା ହେବାର ଆବଶ୍ୟକତା ରହିଛି ଏବଂ ଆଗାମୀ ଦିନରେ ଯଦି ଏଭଳି ଭାବେ ଦର ବୃଦ୍ଧି ହେବ କଂଗ୍ରେସ ଦଳ ରାଜରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଉପରେ ବର୍ଷିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇ।
ସଇଁତଳା ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୬/୮/୨୦୨୨----୯,୧୦ Sakhigopal News,26/8/2022