Breaking News

ବଡନଦୀ ପାଣି ସୁଅରେ ଭାସି ବୁଦ୍ଧଙ୍କ ମୃତ


ଭଞ୍ଜନଗର---ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ପେଟାକିଆରୀ ଗ୍ରାମର  ଦାମ ସେଠୀ( ୭୦)ବର୍ଷିଆ ବୁଦ୍ଧ ବଡନଦୀ ପାଣି ସୁଅରେ ଭାସିଯାଇ ମୁତ୍ୟ ଘଟିଛ ।ଖବର ନେବାରେ ଗୁରୁବାର ସକାଳୁ ପେଟାକିଆରୀ ଗ୍ରାମ  ନିକଟରେ ବଡନଦୀକୁ ଶୌଚ ହେବା ପାଇଁ ଯାଇଥିଲା । ଦାମର ଅସାବଧାନତା ଯୋଗୁଁ ପାଣି ସୁଅକୁ ଖସିଯିବାରୁ ସେହି ପାଣି ସୁଅରେ ଭାସିଯାଇ    ଝାଲିଆଗୋଛା ଗ୍ରାମ ନିକଟରେ ଗ୍ରାମ ବାସୀ ଭଦ୍ଧାର  କରିଥିଲେ । ଦାମକୁ ଗୁରୁତର ଅବସ୍ଥାରେ ୧୦୮ଆମ୍ବଲାସ୍ମା ଯୋଗେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା କରୁଥିବା ଡାକ୍ତର ଦାମକୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ଖବର ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ମୃତ ଦାମର  ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଦାମର ମୃତ୍ୟୁ ଘଟଣାକୁ ନେଇ ତାରସିଂ ଥାନା କେସନଂ ୧୪/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୮/୨୦୨୨----୮,୪୦   Sakhigopal News,19/8/2022

Blog Archive

Popular Posts