Breaking News

ସରପଞ୍ଚ ଦେଇଥିବା କଥା ରଖିଲେ; ସ୍ୱଚ୍ଛ ପାନୀୟ ଜଳ ଯୋଗାଇଲେ


 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ଅନେକ ଦିନ ହେବ ଗୋଳିଆ ପାଣି ପଞ୍ଚାୟତ ପକ୍ଷରୁ ଯୋଗାଣ କରାଯାଉଥିଲା । ଏ ସମ୍ପକରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ସରପଞ୍ଚ ପିୟଙ୍କା ପଣ୍ଡା ତଦନ୍ତ କରିବାରୁ ୯ ଲକ୍ଷ ଟଙ୍କାର ଫିଲଟର ମେସିନ ଖରାପ ହୋଇ ପଡିଥିଲା । ଲୋକମାନଙ୍କୁ ଗୋଳିଆ ପାଣି ଯୋଗାଣ କରାଯାଉଥିଲା । ବିଶେଷ କରି ବଳପୁର ଶାସନ, ବେହେରାସାହି, ପଣ୍ଡାସାହି, ଦଳିତବସ୍ତି ଗୁଡିକକୁ ଗୋଳିଆ ପାଣି ଯୋଗାଣ ହେଉଥିଲା । ବନ୍ୟା ପରେ ପରେ ଉକ୍ତ ମେସିନକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ପଣ୍ଡ କାମ କରିବା ପରେ ଲୋକମାନଙ୍କୁ ସ୍ୱଚ୍ଛ ନିର୍ମଳ ପାନୀୟ ଜଳ ଯୋଗାଇ ଦେଇଛନ୍ତି । ଯାହାକି ସରପଞ୍ଚ ଦେଇଥିବା କଥା ରଖିଲେ ବୋଲି ଲେକମାନେ ଆଲେଚନା କରୁଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୮/୨୦୨୨----୪,୫୦   

Sakhigopal News, 27/8/2022

Blog Archive

Popular Posts