ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ କୁ ଜାତୀୟ ପର୍ବ ଭାବେ ଘୋଷଣା ଦାବୀ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ "ସଂଗ୍ରାମୀ ସମ୍ବାଦିକ ସଂଘ" ଭେଡେନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ କୁ ଜାତୀୟ ପର୍ବ ଭାବେ ସ୍ୱୀକୃତି ପ୍ରଦାନ କରିବା ସହ ତିନି ଦିନ ଛୁଟି ଘୋଷଣା କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ସଂଗ୍ରାମୀ ସାମ୍ବାଦିକ ସଂଘ ଭେଡେନ ର ସଭାପତି ସୋମନାଥ ଭୋଇ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ,ପଶ୍ଚିମ ଓଡିଶା ଚାଷୀ ସଂଗଠନ ର ଉତ୍ପନ୍ନ କୁମାର ଭୋଇ ସମେତ ଅନ୍ୟାନ୍ୟ ଚାଷୀ, ବରିଷ୍ଠ କଳାକାର ସଦସ୍ୟମାନେ ଯୋଗ ଦେଇଥିଲେ। ପରିଶେଷରେ ସଂଘର ସମ୍ପାଦକ ପ୍ରଭାକର ଦାଶ ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୮/୨୦୨୨----୧୦,୨୦ Sakhigopal News,27/8/2022