ବିଶ୍ୱ ମଶା ଦିବସ ଓ ଅକ୍ଷୟ ଶକ୍ତି ଦିବସ ର ଅନୁଚିନ୍ତା
ଡେଲାଙ୍ଗ :ସଂପ୍ରତି ବନ୍ୟା ବିଭିଷିକା ରେ ଜନ ଜୀଵନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଗଷ୍ଟ କୋଡିଏ ବିଶ୍ୱ ମଶା ଦିବସ ଓ ଅକ୍ଷୟ ଶକ୍ତି ଦିବସ ର ଗୁରୁତ୍ୱ କୁ ଉପଲବ୍ଧି କରି ସବୁଜ ଡେଲାଙ୍ଗ ର ଆବାହକ ପରିବେଶପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଜନସଚେତନ କରିଛନ୍ତି । " ପରିବେଶ ସ୍ୱଚ୍ଛ ନରହିଲେ ଅଳିଆ ଆବର୍ଜନା ହେଲେ ମଶା ଡାଆଁସ ଙ୍କର ଜନ୍ମ ହୁଏ । ଅଠରଶହ ସତନବେ ମସିହା ଅଗଷ୍ଟ କୋଡିଏ ରେ ଭାରତରେ ଜନ୍ମିତ ବ୍ରିଟିଶ ଡାକ୍ତର ସାର ଡୋନାଲଡ ରସ ମ୍ୟାଲେରିଆ ରୋଗର ଜୀବାଣୁ ପ୍ଲାଜମୋଡିୟମ ଫାଲସିପାରମ ତଥ୍ୟର ଆବିଷ୍କାର କରିଥିଲେ । ଏହା ପରେ ବିଶ୍ୱ ରେ ମଶା ସଚେତନତା ଅଭିଯାନ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଲା । ଡାକ୍ତର ରସ ହିଁ ପ୍ରଥମେ ଅଗଷ୍ଟ କୋଡିଏ ତାରିଖ କୁ ବିଶ୍ୱ ମଶା ଦିବସ ରୂପେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଅନୁସଂଧାନ ରୁ ଜଣାଯାଇଛି ବିଶ୍ୱ ରେ ଅନ୍ତତଃ ଶହେ ଛଅଟି ଦେଶ ର ଲକ୍ଷ୍ୟାଧିକ ଲୋକ ମ୍ୟାଲେରିଆ ରୋଗ ରେ ଆକ୍ରାନ୍ତ ଯାହାକି ପରିବେଶ ପାଇଁ ଶୁଭଙ୍କର ନୁହେଁ । ତଥ୍ୟ ଅନୁଯାୟୀ ଦୁଇହଜାର ବାର ମସିହାରେ ବାସଠି ହଜାର ସାତଶହ ଜଣ ମ୍ୟାଲେରିଆ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ।ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ ଶିଶୁ ।ମ୍ୟାଲେରିଆ ମୁକ୍ତ ପରିବେଶ ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ଶ୍ରୀଯୁକ୍ତ ପାଢ଼ୀ ଅଭିହିତ କରିଥିଲେ । ସେହିପରି ଦୁଇହଜାର ଚାରି ମସିହା ଅଗଷ୍ଟ କୋଡିଏ ତାରିଖ ରୁ ପରିବେଶ ର ସୁରକ୍ଷା ପାଇଁ ଅକ୍ଷୟ ଶକ୍ତି ଦିବସ ପାଳିତ ହୋଇଆସୁଅଛି । ସବୁଜ ଶକ୍ତିର ଉପଯୋଗ ହେଲେ ପରିବେଶ ପ୍ରଦୂଷଣମୁକ୍ତ ରହୁଥିବାରୁ ଅକ୍ଷୟଶକ୍ତିକୁ ସୁ -ବିନିଯୋଗ ଉପରେ ଶ୍ରୀଯୁକ୍ତ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୮/୨୦୨୨ ----୧୦,୫୦ Sakhigopal News,21/8/2022