ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ
ଭଞ୍ଜନଗର----ସ୍ଥାନୀୟ ବ୍ମକ ଲେମ୍ଭେଇ ପଞ୍ଚାୟତରେ ଥିବା କାଦଲୁଣ୍ଡି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ ମହାଆଡମ୍ବର ସହକାରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଦାଶ ସଭାପତିତ୍ବ କରିଥିଲେ । ମୁଖ୍ୟଅତିଥି ଭାବେ ସରପଞ୍ଚ ପ୍ରଭାସୀନି ପ୍ରଧାନ, ସମାନ୍ନୀତ ଅଥିତି ସାମ୍ବାଦିକ ଶିବ ଶଙ୍କର ଦାଶ ,ରବିନ୍ଦ୍ର ପ୍ରଧାନ ଓ ସିଆରସିସି ସନ୍ତୋଷ କୁମାର ଗୌଡ ସହକାରୀ ଶିକ୍ଷକ ପ୍ରେମାନନ୍ଦ ମିଶ୍ର ସମେତ ବିଦ୍ୟାଳୟର କମିଟି ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ୩୫ ଜଣ ଛାତ୍ରଛାତ୍ରୀକୁ ପୋଷାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ନିୟମ ଅନୁଯାଇ ବଣ୍ଟନ କରାଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ କହିଛନ୍ତି ।ଏହି କାର୍ଯ୍ୟକ୍ରମକୁ କାଦଲୁଣ୍ଡି ଗ୍ରାମବାସୀମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୧----୩,୪୫ Sakhigopal News,22/8/2022