ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ସଂଯୋଜନା କରିଥିଲେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ବାରିକ । ସଭା ରେ ସଭାପତିତ୍ବ କରିଥିଲେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ କର। ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ତେନ୍ତୁଳିଟିକରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେଶୱାଲ ଓ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟିର ଚେୟାରମ୍ଯାନ ଏକାଦଶୀଆ ହଟେଇ ।ଏଥିରେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ବିଦାୟୀ କ୍ରୀଡ଼ା ଶିକ୍ଷକ କର୍ମମୟ ଜୀବନ ଆରମ୍ଭ କରିଥିଲେ, ଅତାବିରା ବ୍ଲକ ଜହ୍ନାପଡା ଉଚ୍ଚ ବିଦ୍ୟାଳୟ ରୁ ତାପରେ ୧୯୯୭ ଠାରୁ ୨୦୨୨ ପର୍ଯନ୍ତ ଦୀର୍ଘ ୨୬ ବର୍ଷ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କାର୍ଯ୍ୟକରି ଆସୁଥିଲେ। ସେ ଜଣେ କର୍ତ୍ତବ୍ୟ ନିଷ୍ଠା, ମିଷ୍ଟଭାଷୀ, ମେଳାପୀ, ଛାତ୍ରଛାତ୍ରୀ ମାନଙ୍କୁ ନିଜର ପୁଅ ଝିଅ ଭଲି ସ୍ନେହ କରି ଶିକ୍ଷା ଦାନ କରୁଥିଲେ ।ଏହା ସହିତ ସେ ଜଣେ ସ୍ଵୀକୃତିପ୍ରାପ୍ତ ଆକାଶବାଣୀ କଳାକାର ଅଟନ୍ତି। ତାଙ୍କର କର୍ମମୟ ଜୀବନ ମଧ୍ୟରେ ଅନେକ ପ୍ରଶଂସା ସାଉଁଟି ଛନ୍ତି। ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ କହିଲେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ କାହିଁକି ସମଗ୍ର ବରଗଡ ଶିକ୍ଷା ଜିଲ୍ଲା କ୍ରୀଡା କ୍ଷେତ୍ରରେ ରେ ତାଙ୍କର ଅନୁପସ୍ଥିତି ମନେପକାଇବ।ଚଳଚିତ୍ର ଅଭିନେତା ତଥା ବିଦ୍ୟାଳୟ ର କର୍ମଚାରୀ ଛବିଲ ପ୍ରଧାନ ଅଭିନୟ ମାଧ୍ୟମରେ ତାଙ୍କର ବକ୍ତବ୍ୟ ରଖିଥିଲେ । ତାଙ୍କର ବକ୍ତବ୍ୟ ରେ ଉପସ୍ଥିତ ଥିବା ସମସ୍ତ ଆଖି ଅଶ୍ରୁଳ ହୋଇଯାଇଥିଲା। ଏହା ପରେ ବିଦାୟୀ ଶିକ୍ଷକ ପର୍ଶୁରାମ ପାତ୍ର ଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଜୟଶ୍ରୀ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପରିଚାଳନା କମିଟି ସଦସ୍ୟ , ସଦସ୍ୟା ମାନେ ସମସ୍ତେ ବିଦାୟୀ କ୍ରୀଡ଼ା ଶିକ୍ଷକଙ୍କୁ ପର୍ଶୁରାମ ପାତ୍ର ଙ୍କ ରେମଣ୍ଡା ସ୍ଥିତ ବାସଭବନ କୁ ଛାଡି ଫେରି ଆସିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୯/୨୦୨୨----୯,୪୦ Sakhigopal News,1/9/2022