Breaking News

ମହାଧୁମଧାମରେ ଗଣେଶ ପୂଜା କଲେ ଭାଗବତ ଗୋସ୍ବାମୀଯୁବ ପରିଷଦ



କଟକ---- ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନ ପାଇଁ ସରକାର ବିଭିନ୍ନ ପୂଜାପର୍ବାଣୀ ପାଳନରେ କଟକଣା ଲାଗୁ କରିଥିଲେ ।  ଏବର୍ଷ ସବୁଆଡେ ଗଣେଶ ପୂଜା ମହାଧୁମଧାମରେ ପାଳନ କରାଯାଇଛି । ଏହି ଅବସରରେ କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତର ପଶାଣିଆ ଗ୍ରାମରେ ମହା ଜାକଜମକରେ ଗଣେଶ ପୂଜା  ପାଳନ କରିଛି "ଭାଗବତ ଗୋସ୍ବାମୀ ଯୁବ ପରିଷଦ । ସମସ୍ତ ସଭ୍ଯସଭ୍ଯାମାନେ ଏକତ୍ରିତ ହୋଇ ବିଭିନ୍ନ ପ୍ରକାର ସାଜସଜ୍ଜାରେ କରିଛନ୍ତି ଏହି ପୂଜା । ସରକାରଙ୍କ ନିୟମକୁ ମାନି କ୍ଲବର କର୍ମକର୍ତ୍ତାମାନେ ରାସାୟନିକ ରଙ୍ଗ ପରିବର୍ତ୍ତେ ବ୍ଯବହାର କରିଛନ୍ତି ପ୍ରାକୃତିକ ରଙ୍ଗ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୂରୁପ ଭଜନ, ଜଣାଣ ଓ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଉଛି ସ୍ଥାନୀୟ କଳାକାର ମାନଙ୍କୁ ନେଇ । ଏହାକୁ ସ୍ଥାନୀୟ ଜନସାଧାରଣ ଉପଭୋଗ କରି ଆନନ୍ଦ ଅନୁଭବ କରୁଛନ୍ତି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୩୧/୮/୨୦୨୨---୯,୫୦  Sakhigopal News,31/8/2022

Blog Archive

Popular Posts