Breaking News

ବୃକ୍ଷର ସୁରକ୍ଷାପାଇଁ ରକ୍ଷାବନ୍ଧନ

Protection of trees

ଡେଲାଙ୍ଗ :ଚଳିତ ବର୍ଷ ପ୍ରକୃତିମିତ୍ର ପୁରସ୍କାର ପାଇଥିବା ସବୁଜ ଡେଲାଙ୍ଗର ଆବାହକ ତଥା ଆଇନୀଜୀବୀ ହୃଷୀକେଶ ପାଢ଼ୀ  ପବିତ୍ର ରକ୍ଷାବନ୍ଧନ ଅବସରରେ ବୃକ୍ଷରେ ରକ୍ଷାବନ୍ଧନ କରି ତାହାର ସୁରକ୍ଷା କାମନା କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି - " ପରିବେଶ ସୁରକ୍ଷା ପାଇଁ ଗଛର ବିକଳ୍ପ ନାହିଁ । ସର୍ବେକ୍ଷଣ ରୁ ଜଣାଯାଇଛି ଭାରତରେ ଜଣେ ବ୍ୟକ୍ତି ପିଛା ଅଠେଇଶ ଗଛ ରହିଛି ଯାହାକି ପରିବେଶ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ନୁହେଁ |ଲଗାଯାଉଥିବା ଗଛଗୁଡିକ ରକ୍ଷାଣାବେକ୍ଷଣ ଅଭାବରୁ ବଞ୍ଚି ପାରୁ ନାହିଁ । ତେଣୁ ଯେଉଁ ଗଛ ଲଗାଇବା ତାକୁ ବଞ୍ଚାଇ ବଡ କରିବା ଉପରେ ଶ୍ରୀଯୁକ୍ତ ପାଢ଼ୀ ଗୁରୁତର ଦେଇଛନ୍ତି। ଅନ୍ୟ ମାନଙ୍କ  ମଧ୍ୟରେ ପୂର୍ବତନ ୱାର୍ଡସଭ୍ୟା ଜାନକୀ ପାଢ଼ୀ, ସୋମନାଥ ସେନାପତି, ସଂପୂର୍ଣ୍ଣା ପାଢ଼ୀ, ଶୁଭମ ସେନାପତି, ଲୋକନାଥ ପାଢ଼ୀ, ବିଶ୍ୱଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୮/୨୦୨୨---୯,୪୦  Sakhigopal News,11/8/2022

Popular Posts