Breaking News

ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ଗଣେଶପୂଜା ପାଳିତ


ସାକ୍ଷୀଗୋପାଳ----- ସାକ୍ଷୀଗୋପାଳରେ ବିଭିନ୍ନ ସ୍ଥାନରେ ପୂଜା ପାଇଛନ୍ତି ଗଜାନନ । ଦୁଇ ବର୍ଷ ଧରି କରୋନା ଯୋଗୁ ଗଣେଶ ପୂଜା ଫିକା ପଡିଯାଇଥିଲା । କେବଳ ଠାକୁରଙ୍କ ପୂଜା କରାଯାଇଥିଲା । ଏ ବର୍ଷ ପୁରା ଯାକଜମକରେ ବିଭିନ୍ନ ବିଦ୍ୟାଳୟ, କଲେଜ,ବେସରକାରୀ ଶିକ୍ଷାଅନୁଷ୍ଠାନ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କ୍ଳବ ଘର, ବ୍ୟବସାୟୀ ସଂଘ, ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ, ମାକ୍ଷେତ୍ରପାଳି ଗୋଟିପୁଅ ନୃତ୍ୟୁ ପରିଷଦ, ମାକ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦ , ବରାଳ ବାଲୁଙ୍କେଶ୍ୱର ଗଣେଶ ପୂଜା କମିଟି, ସାକ୍ଷୀଗୋପାଳ ଗଣେଶ ମଣ୍ଡପ, ବଡ ବଜାର, ସିଂହଦ୍ୱାର, ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ଗଣେଶ ମନ୍ଦିର ସହିତ ବିଭିନ୍ନ ସାହି ମାନଙ୍କରେ ଯୁବକ ସଂଘ ମାନେ ଗଜାନନଙ୍କୁ ପୂଜା କରିଛନ୍ତି । ସକାଳୁ ସକାଳୁ ପିଲାମାନେ ନୂତନ ବସ୍ର ପରିଧାନ କରି ହାତରେ ଫୁଲ, ନଡିଆ, ରାଶିଲଡୁ, ଫଳମୂଳ ଧରି ପୂଜା ସ୍ଥଳରେ ପହଞ୍ଚିବା ସହିତ ପୁଷ୍ପାଞ୍ଜଳି ଦେଇଥିଲେ । ଅନେକ ବିଦ୍ୟାଳୟରେ ଭୋଜିଭାତର ଆୟୋଜନ କରାଯାଇଥିଲା । ସତ୍ୟବାଦୀ ହାଇସ୍କୁଲରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସମାଜସେବୀ ରବୀନ୍ଦ୍ର ପ୍ରଧାନ ଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗଦେଇଥିବାର ଦେଖାଯାଇଥିଲା । ସେହିପରି ବଡବଜାର, ଗେଟବଜାର, ମାଛ ବଜାର ଆଦି ସ୍ଥାନ ମାନଙ୍କରେ ଅପରାହ୍ନରେ ଗଜାନନଙ୍କର ପୂଜା କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୨---୬,୪୦

Sakhigopal News, 31/8/2022

Blog Archive

Popular Posts