ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ହାଇ କୋର୍ଟରେ ରିଟ ପିଟିସନ
କଟକ--- ଭାରତୀୟ ବିକାଶ ପରିଷଦ ତରଫରୁ ଜି ଭୀମ ବେହେରା, ତୁଷାରକାନ୍ତ ବେହେରା, ଜୋଶଦା କର ଭାରତୀୟ ବିରଳ ମୃତିକା ବିରୁଦ୍ଧରେ ମାନ୍ୟବର ହାଇ କୋର୍ଟରେ ରିଟ ପିଟିସନ WPC NO - 20981/2022 ତା 16.08.22 ରେ ଏକ ମାମଲା ୠଜୁକରିଛନ୍ତି । ସେଥିରେ ଦର୍ଶାଯାଇଛିଯେ ଭାରତୀୟ ବିରଳ ମୂର୍ତ୍ତିକାର ଦୁର୍ନୀତି ଗ୍ରସ୍ତ, ଭ୍ରଷ୍ଟାଚାର, ଓ ଗଞ୍ଜାମ ଦ୍ରୋହି ଅଧିକାରୀ ମାନେ ପାଣ୍ଡଵ ଠାରୁ ଖାଇ କୌରବଙ୍କ ପାଇଁ କାର୍ଯ୍ୟ କରିବା ନୀତି କରିଛନ୍ତି । କାରଣ
92 ଗୋଟି ବିଭିନ୍ନ ବର୍ଗର ସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆବାହନ କରାଯାଇଛି । କେବଳ କଟକ ଓ ଭୁବନେଶ୍ୱସର ରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଇଛି ଭୁବନେଶ୍ୱର ଠାରୁ 20 କିମି ଦୂରତ୍ୱରେ ଦୁଇ ଦୁଇ ଟି କେନ୍ଦ୍ର ଛତ୍ରପୁର କିମ୍ଭା ବ୍ରହ୍ମପୁର ଠାରେ ନାହିଁ । ତାର କାରଣ କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରି ଅନ୍ୟ ରାଜ୍ୟ ଓ ଜିଲ୍ଲାର ନିଜ ଜ୍ଞାତି କୁଟୁମ୍ବଙ୍କୁ ଚାକିରୀ କରାଇ ଦେଇଛନ୍ତି । ତାହା ତୁରନ୍ତ ରଦ୍ଦ କରାଯିବ ସହିତ କଣମଣା,କାଲିପାଲି ଓ ଆର୍ଯ୍ୟପଲ୍ଲୀ ପ୍ରଭାବିତ ଗ୍ରା ପ ରେ ଥିବା ହଜାର ହଜାର ଆଇ ଟି ଆଇ, ଡିପଲମା, ଡିଗ୍ରୀ ଇଞ୍ଜିନିର, ସ୍ନାତକ ଓ ଇତ୍ୟାଦି ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଶତକଡା 80% ଭାଗ ପ୍ରତେକ ବିଭାଗରେ ନିଯୁକ୍ତ ପ୍ରଦାନ କରାଯାଉ । 1980 ମସିହାରେ ଆଇ ଆର ଇ ସ୍ଥାପନା ପାଇଁ ପ୍ରାୟ 2400 ଏକର ଜମି ପ୍ଲାଣ୍ଟ ପାଇଁ ଏବଂ କଲୋନୀ ପାଇଁ ପ୍ରାୟ 100 ଏକର ଜମି ଓ ଅଂଚଳର ସମସ୍ତ ପରିବାର ହଜାର ହଜାର ଏକର ଜମି ସହିତ ସରକାରୀ ଜମିରୁ ଖଣିଜ ପଢାର୍ତ୍ତ ଉତ୍ତଲୋନୀ କରି ଲୋକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଥଇଥାନ ନୀତି 2006 ପ୍ରକାରେ ନିର୍ଦ୍ଧାରିତ ପାଉଣା ନଦେଇ ବାଟମାରଣା କରିଛନ୍ତି । ଉଦାହରଣ ପ୍ରକାରେ ବଡ଼ପୁଟି ସମବାୟ ସମିତି ର ପ୍ରାୟ 40.000 ଏକର ଜମିର ଖଣିଜ ପଦ୍ଧାର୍ଥ ଉତୋଳନ କରାଯାଇଛି । ପ୍ରାପ୍ୟ 2006 ନିୟମ ପାକରେ ଦିଆଯାଇନାହିଁ ।
ପ୍ରକାଶ ଥାଉକି ଜମି ଅଧିଗ୍ରହଣ ସମୟରେ ମିଥ୍ୟା ପ୍ରତିଶୃତି ଦେଇଥିଲେ ଯେ ପ୍ରଭାବିତ ଗ୍ରାମ ଗୁଡିକର ଯୁବକ ମାନଙ୍କୁ କେବଳ ନିଯୁକ୍ତି ପ୍ରଦାନ କରାଯିବ । କିନ୍ତୁ ପ୍ରାୟ 44 ବର୍ଷ ବିତିଗଲେ ମଧ୍ୟ ନିଯୁକ୍ତି ମିଳିନାହିଁ ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲ୍ଲାର ଯୁବକଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଗ୍ରହଣ କରି କିଛି ଦୁର୍ନୀତି ଭ୍ରଷ୍ଟାଚାର କର୍ମଚାରୀ ନିଯୁକ୍ତି ପ୍ରଦାନ କରୁଛନ୍ତି । ଆଇ ଆର ଇ ପ୍ଲାଣ୍ଟରୁ ବାର୍ଷିକ 2,20.000 ରୁ ଅଧିକା ବିଭିନ୍ନ ପ୍ରକାର କେମିକାଲ ପଦ୍ଧାର୍ଥ ସମୁଦ୍ର ବାଲି ରୁ ବାହାର କରାଯାଉଛି । 2010 ମସିହାଠାରୁ ଏକ ମୋନଜଇଟ ପ୍ଲାଣ୍ଟ ଆଇ ଆର ଆଇ ପ୍ଲାଣ୍ଟ ପରିସୀମା ମଧ୍ୟରେ ସ୍ଥାପନା କରାଯାଇ ସବୁଠାରୁ ମନୁଷ୍ୟ ଜୀବନ ହାନିକାରକ ପଦାର୍ଥ ଥୋରିଓମ ଓ ମୋନାଜାଇଟ ସମୁଦ୍ର ବାଲି ରୁ ବାହାର କରାଯାଉଛି । ଯଦ୍ୱାରା ପ୍ରାକୃତିକ କିଆଫୁଲ, ନଡ଼ିଆ ଇତ୍ୟାଦି ଗଛରୁ ଫୁଲ ଓ ଫଳ ବନ୍ଦ ହେଇଗଲାଣି। କିଆ ଫୁଲ ବହୁପରିମାଣରେ ପ୍ରାକୃତିକ ଭାବେ ଚାଷ ହେଉଛି, କିଆ ଫୁଲ ବିକ୍ରିକାରୀ ଜୀବନ ନିର୍ବାହକରୁଥିଲେ । ସେହିପରି ଏହି ସମୁଦ୍ରକୁଳିଆ ଅଂଚଳରେ ନଡ଼ିଆ ଚାଷ ମୁଖ୍ୟ ଅଟେ ଅଧିକାଂଶ ପରିବାର ବଂଚୁଥିଲେ କିନ୍ତୁ ଥୋରିଓମ ଓ ମୋନାଜାଇଟ ଦୂଷିତ ପଦାର୍ଥ ଯୋଗୁ କାଳିପାଲି, କଣମଣା, ଅର୍ଜପାଲି, ଶ୍ରୀରାମଚନ୍ଦ୍ରପୁର, ଚମାଖଣ୍ଡି ଓ ଅଗସ୍ତି ନୂଆଗାଁ ଗ୍ରା ପ ର 100 ଗୋଟି ରାଜସ୍ବ ଗ୍ରାମ ରେ ଅଧିକାଂଶ, ଅଶିକ୍ଷିତ, ତେଲୁଗୁ, ହରିଜନ, ଧିବର ଆର୍ଥିକ ଅନାଗ୍ରସର ପରିବାର ବାଶ କରୁଛନ୍ତି । ପରିବେଶ ଦୂଷିତ ହେବାରୁ ଜୀବିକା ନିର୍ବାହ କରିବା କଷ୍ଟକର ହେଉଛି। ବଡ଼ପୁଟି ମୌଜା ରେ ଏକ ମଧୁର ଜଳ ହ୍ରଦ ଯାହାକୁ ଟାଂପରା କୁହାଯାଏ ଜଳ, ବାୟୁ ଓ ମାଟି ଦୂଷିତ ହେବଫଳରେ ହ୍ରଦରେ ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ତିଅର ଓ ଧିବର ଜାତିର ଲୋକମାନେ ମାଛ ଚଷାରୁ ବଂଚିତ ହେଇଛନ୍ତି ।
ପ୍ରକାଶ ଥାଉକି ଆଇ ଆର ଆଇ କମ୍ପାନୀ ସହିତ ରାଜ୍ୟସରକାରଙ୍କ ଜମି ପ୍ରଦାନ ପାଇଁ ଯେଉଁ ଚୁକ୍ତିନାମା 1999 ମସିହାରେ 20 ବର୍ଷ ପାଇଁ ହେଇଥିଲା ଉକ୍ତ ରେଜିଷ୍ଟ୍ରି ଭୁକ୍ତ ଚୁକ୍ତିନାମା 2019 ମସିହା ଠାରୁ ସମାପ୍ତ ହେଇଯାଇଛି । ସମ୍ପୂର୍ଣ ବେନିୟମ ଭାବେ ଆଇ ଆର ଆଇ କମ୍ପାନୀ ପରିଚାଳନା ହେଉଛି । ଏହା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଜାଣିଶୁଣି ମାସିକ ବଟି ନେଇ ବେନିୟମ ଭାବେ ପରିଚାଳନା ପାଇଁ ସାହାଯ୍ୟ ଓ ସହାନୁଭୂତି ଦେଇଆସୁଛନ୍ତି ।
ତେଣୁ ମହାରାଷ୍ଟ୍ର ରେ ଶତକଡା 80% ଭାଗ ଚାକିରୀ ସରକାରୀ ଓ କମ୍ପାନୀ ଚାକିରୀ କେବଳ ଆଞ୍ଚଳିକ ଯୁବକଙ୍କ ପାଇଁ ସଂରକ୍ଷଣ । ସେହିପରି ଆନ୍ଧ୍ର ପ୍ରଦେଶ, ହରିଆଣା, ମଧ୍ୟ ପ୍ରଦେଶ, ଗୁଜରାତ ଓ ପଂଜାବ ଭଳି ରାଜ୍ୟରେ ମଧ୍ୟ ଶତକଡା 75% ଭାଗ ଚାକିରୀ ପ୍ରଭାବିତ ଜିଲ୍ଲାର ଯୁବକଙ୍କ ପାଇଁ ସଂରକ୍ଷିତ, ଅଛି ଆମକୁ ମଧ୍ୟ ଶତକଡା 80% ଚାକିରୀ ଆଇ ଆର ଆଇ ର ସମସ୍ତ ବିଭାଗରେ ନିଯୁକ୍ତି ପ୍ରଦାନ ସକାଶେ ମାନ୍ୟବର ହାଇ କୋର୍ଟ ଙ୍କୁ ପ୍ରାଥନା କରାଯାଇଛି । ଏବଂ ଛତ୍ରପୁର କିମ୍ଭା ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଉକ୍ତ ମାମଲାରେ ସଚିବ ତଥା ଚେୟାର ମେନ ଅଟୋମିକ ଏନଏରଜି ବିଭାଗ, ଚିଫ ମ୍ୟାନେଜଙ୍ଗି ଡିରେକଟର, ଆଇ ଆର ଆଇ, ମୁମ୍ବାଇ, ମୁଖ୍ୟ ଜେନେରାଲ ମାନଜେର,ଓସ୍କୋମ, ମାଟିଖାଲ,ଛତ୍ରପୁର, ଜିଲ୍ଲାପାଳ ଗଞ୍ଜାମ, ଉପଜିଲା ପାଳ ଓ ତହସିଲ ଦାର ଛାତ୍ରପୁରଙ୍କୁ ପକ୍ଷଭୁକ୍ତ କରି ରୁଜୁ କରାଯାଇଛି ।
ଉକ୍ତ ମାମଲାକୁ ଆଇନ ଜିବି ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୮/୮/୨୦୨୨-----୯,୧୦
Sakhigopal News,18/8/2022
.