ଉପକେନ୍ଦ୍ର ଗୃହରେ ଡେଲିଭରି କରାଇ ଉଦାହରଣ ସୃଷ୍ଟି କଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ମହାରଣା
କଣାସ- ପୁରୀ ଜିଲ୍ଲାର କଣାସ ବ୍ଲକ ଚଳିତ ବନ୍ୟାରେ ଜଳମଗ୍ନ ଥିଲା। ସେହି ସମୟରେ ପ୍ରସବ ବେଦନା ପାଉଥିବା ଚାରିଜଣ ଗର୍ଭବତୀ ମହିଳାଙ୍କୁ ନିଜ ଉପକେନ୍ଦ୍ରରେ ପ୍ରସବ କରାଇ ଉଦାହରଣ ସୃଷ୍ଟି କରିଛନ୍ତି କଣାସ ବ୍ଲକ କାଦୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହସପୁର ଉପକେନ୍ଦ୍ରର ର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ମଞ୍ଜୁଲତା ମହାରଣା। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ସମସ୍ତ ବ୍ଲକ ସ୍ୱାସ୍ଥ୍ୟ ସେବା ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀମତୀ ମଞ୍ଜୁଲତା ମହାରଣଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଭୁରି ଭୁରି ପ୍ରସଂସା କରିଥିଲେ। ସେ କହିଥିଲେ ଯେତେବେଳେ ଡାକ୍ତରମାନେ ପ୍ରସବ କରାଇବା ପାଇଁ ଭୟ କରୁଛନ୍ତି, ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ସାହାସର ସହିତ ନିଜ ଉପକେନ୍ଦ୍ରରେ ବିନା କୌଣସି ଅସୁବିଧାରେ ଚାରି ଚାରିଟି ଡେଲିଭରି କରାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସାହସପୁର ଉପକେନ୍ଦ୍ର କୁ ଆନୁଷ୍ଠାନିକ ପ୍ରସବ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି। ଆନୁଷଙ୍ଗିକ ଯନ୍ତ୍ରପାତି ଓ ଉପକରଣ ଉପଲବ୍ଧ ହେଉଅଛି।
ପ୍ରକାଶ ଥାଉକି ଶ୍ରୀମତୀ ମଞ୍ଜୁଲତା ମହାରଣା ପୂର୍ବରୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ କଣାସ ଡାକ୍ତରଖାନାରେ ଆନୁଷ୍ଠାନିକ ପ୍ରସବ ପାଇଁ ତାଲିମ ନେବା ସହିତ ପ୍ରସବ କରାଉଥିଲେ। ସେ ଜଣେ ଦକ୍ଷ ପ୍ରସବକାରିଣୀ ଭାବରେ ପୁରୀ ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି। ଏଣୁ ବନ୍ୟା ସମୟରେ ସେ ଦେବଦୂତ ସାଜିଛନ୍ତି ସାହୁପଡା, ବଡାଲ, କାଦୁଆ ଓ ଗୋପୀନାଥପୁର ପଞ୍ଚାୟତ ଅଞ୍ଚଳବାସୀଙ୍କ ପାଇଁ। ସାନଓରା ଗ୍ରାମର ରିତାରାଣୀ ମହାପାତ୍ର, କଉଡ଼ିଖଣି ଗ୍ରାମର ଅର୍ଚ୍ଚନା ମହାପତ୍ର, ବଡାଲ ଗ୍ରାମର ସୀମା ମହାରଣା, ଝୁନା ମହାରଣା ଏବଂ ସାନଓରାରେ ରହୁଥିବା ବ୍ରହ୍ମଗିରି ଦଣ୍ଡୁଆସାହିର ସୁମିତ୍ରା ସେଠୀ, ଗୋପୀନାଥପୁର ଗ୍ରାମର ସୁମିତ୍ରା ପ୍ରଧାନ ପ୍ରମୁଖଙ୍କୁ ସହସପୁର ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଉକ୍ତ ଛଅ ଜଣଙ୍କୁ ସୁରକ୍ଷିତ ପ୍ରସବ କରାଇଥିବା ବେଳେ ଦୁଇଜଣଙ୍କୁ ଉଚ୍ଚତର ଡାକ୍ତରଖାନାକୁ ପ୍ରେରଣ କରିଛନ୍ତି। ବନ୍ୟାଞ୍ଚଳରୁ ଛଅ ଜଣ ପ୍ରସବ ଯନ୍ତ୍ରଣା ପାଉଥିବା ମାଆଙ୍କୁ ଡେଲିଭରି କରାଇଛନ୍ତି ଶ୍ରୀମତୀ ମହାରଣା ଏବଂ ସମସ୍ତେ ସୁସ୍ଥ ଅଛନ୍ତି। କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା ରମେଶ ଚନ୍ଦ୍ର ବେହେରା ମଞ୍ଜୁଲତା ମହାରଣାଙ୍କୁ ଆବଶ୍ୟକ ସ୍ଥଳେ ବୈଷୟିକ ପରାମର୍ଶ ଦେଉଛନ୍ତି। ସେହି ଉପକେନ୍ଦ୍ରରେ ଅବସ୍ଥାପିତ କମ୍ୟୁନିଟି ହେଲଥ ଅଫିସର ଶ୍ରୀ ଅରବିନ୍ଦ ମହାପାତ୍ର ସହଯୋଗ କରୁଛନ୍ତି।
କଣାସ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୮/୨୦୨୨----୯,୪୦ Sakhigopal News,28/8/2022
କଣାସ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୮/୨୦୨୨----୯,୪୦ Sakhigopal News,28/8/2022