ବେଆଇନ ଓ୍ବେବ ଚାନେଲକୁ ଲଗାମ ନାହିଁ
କଟକ --- ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ । ସ୍ବଛ , ସୁସ୍ଥ ,ନିରପେକ୍ଷ ଶାସନ ଗଣତନ୍ତ୍ରର ଲକ୍ଷ୍ଯ । ଗଣତନ୍ତ୍ରକୁ ସଠିକ ମାର୍ଗ ଦର୍ଶନ କରାଇବା ଦାୟିତ୍ବ ଗଣମାଧ୍ୟମର । ଯାହା ସରକାରଙ୍କ ନିକଟରେ ତାଲିକାଭୂକ୍ତ ହୋଇଥାଏ । କିନ୍ତୁ ଆଜିକାଲି ଛତୁ ଫୁଟିଲା ପରି ଗଣମାଧ୍ୟମ ବାହାରୁଛନ୍ତି । ଏଥିମଧ୍ୟରୁ ଅଧିକାଂଶ ସରକାରଙ୍କ ନିକଟରେ ତାଲିକାଭୂକ୍ତ ନୁହନ୍ତି । ସେମାନେ ପ୍ରତିଷ୍ଠିତ ଗଣମାଧ୍ୟମ ପରି ସ୍ବଚ୍ଛତା ରଖୁନଥିବା ଅନୁଭବ ହେଉଛି । ବିଭିନ୍ନ ବ୍ଯକ୍ତିଗତ ଖବରକୁ ଆକ୍ଷେପକରି ପ୍ରକାଶ କରିବା ପାଇଁ କୁଣ୍ଠାବୋଧ କରୁନାହାନ୍ତି । ଯଦି କୌଣସି ବ୍ଯକ୍ତି ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ ମାନହାନୀ ମକଦ୍ଦମା କରନ୍ତି ତାହେଲେ କ'ଣ ହେବ ସେମାନଙ୍କ ଅବସ୍ଥା ? । ଏହି ବେଆଇନ ଓ୍ବେବ ଚାନେଲକୁ ସରକାରଙ୍କ ଅନୁମତି ପାଇଛନ୍ତି କି ନାହିଁ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଆବଶ୍ୟକ । ବେଆଇନ ଓ୍ବେବ ଚାନେଲକୁ ରଦ୍ଦ କରିବା ସହିତ ଏହାର ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୦/୮/୨୦୨୨---୧୨,୫୫ Sakhigopal News,20/8/2022