ଭାଲୁ ଆକ୍ରମଣରେ ବୃଦ୍ଧ ଆହତ : ବନପାଳଙ୍କ ଦେଖା ନାହିଁ
ଭଞ୍ଜନଗର -- ଗାଁ ଆଖପାଖ ରେ ବନ୍ୟଜନ୍ତୁ ଙ୍କ ଉପଦ୍ରବ । ନା' ବନବିଭାଗ କର୍ମଚାରୀ ଙ୍କ ଦେଖା ମିଳୁଛି , ନା' ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତା ଅଛି । ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଘରୁ ବାହାରିଲେ ବନ୍ୟଜନ୍ତୁ ଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକ। ଉତ୍ତର ଘୁମୁସର ବନଖଣ୍ଡ , ମୁଜାଗଡ ବନାଞ୍ଚଳ ରମ୍ଭା ସେକସନ ଅନ୍ତର୍ଗତ ପଇତାଗାଁ ନିକଟ ରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଚାଷୀ । ଆହତ ଜଣକ ପଇତାଗାଁ ର କୀର୍ତ୍ତନ ବିଷୋୟୀ ବୋଲି ଜଣାପଡିଛି । ସୋମବାର ସକାଳେ କୀର୍ତ୍ତନ ବିଲକୁ ବିରି ବୁଣିବା ପାଇଁ ଯାଉଥିବା ବେଳେ ଗାଁ ନିକଟ ଏକ ବୁଦାରେ ଭାଲୁ ଟି ଛପି ରହିଥିଲା । କୀର୍ତ୍ତନ ସେହି ରାସ୍ତା ଦେଇ ଯିବା ସମୟରେ ହଠାତ୍ ଭାଲୁଟି ବୁଦାରୁ ବାହାରି ଆକ୍ରମଣ କରୁଥିଲା । ସେହି ରାସ୍ତାରେ ଯାଉଥିବା କିଛି ଲୋକ ପାଟି କରିବାରୁ ଭାଲୁଟି ଘଟଣାସ୍ଥଳରୁ ଚାଲିଯାଇଥିଲା । ପରେ ସ୍ଥାନୀୟ ଲୋକେ କୀର୍ତ୍ତନକୁ ଆହତ ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା ।
ସ୍ଥାନୀୟ ବନପାଳ ଙ୍କୁ ସ୍ଥାନୀୟ ଲୋକେ ଯୋଗାଯୋଗ କରିଥିଲେ ମଧ୍ୟ ବନପାଳ ଏ ଦିଗରେ ଖାମଖିଆଲି ନୀତି ଅବଲମ୍ବନ କରୁଥିବା ଅଞ୍ଚଳବାସୀ କହିଛନ୍ତିି ।
ଶେଷରେ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁଙ୍କ ସହ ଯୋଗାଯୋଗ କରିବାପରେ ଶ୍ରୀ ସାହୁ ସଂପୃକ୍ତ ବନପାଳଙ୍କୁ ଏବାବଦରେ ଅନୁଧ୍ୟାନ କରିବାକୁ କହିଥିଲେ । ଦୀର୍ଘ ସମୟ ପରେ ବନପାଳ ଘଟଣା ସ୍ଥଳରେ ପହଞ୍ଚି ଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ତଳେ ହାତୀ ଗାଁ ମୁହିଁ ହେଉଥିବା ବେଳେ ଏହି ଘଟଣାକୁ ନେଇ ବନପାଳଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ବନପାଳଙ୍କ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ସବୁତଥ୍ୟ ଗଣମାଧ୍ୟମ ପ୍ରତିନିଧିକୁ ଜଣାଇବା ପାଇଁ ଠିକା ନେଇଛୁ କି ? । ତେବେ ସଂପୃକ୍ତ ବନପାଳଙ୍କ ଏଭଳି ଆଚରଣ ଓ ଉଚ୍ଚାରଣ ରୁ ସ୍ପଷ୍ଟ ବାରି ହେଉଛି ବନ୍ୟଜନ୍ତୁ ଓ ସ୍ଥାନୀୟ ଲୋକଙ୍କ ପ୍ରତି ଏମାନଙ୍କ ମନୋଭାବ କଣ ରହିଛି । ବିଭିନ୍ନ ସମୟରେ ଘଟୁଥିବା ବନ୍ୟଜନ୍ତୁଙ୍କ ମୃତ୍ୟୁ ଓ ଦୁର୍ଘଟଣା ପଛରେ ଏଭଳି କର୍ମଚାରୀ ଙ୍କ ଉଦାସୀନତା ହିଁ ଏକମାତ୍ର ଦାୟୀ ବୋଲି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୮/୨୦୨୨--- ୧୦,୨୦ Sakhigopal News,29/8/2022