Breaking News

ପୂର୍ବ ଶତ୍ରୃତା କୁ କେନ୍ଦ୍ରକରି ଶିଆରିମାଳ ଗାଁ ନିକଟରେ ଜଣକୁ ହତ୍ୟା , ଅଭିଯୁକ୍ତ ଫେରାର



ଭଂଜନଗର - ଶନିବାର ରାତିରେ ମାଛ ଧରିବାକୁ ଯାଇ ସ୍ବାମୀ ଘରକୁ ଫେରିଲେ ନାହିଁ । ରବିବାର ଦିନ ଖୋଜାଖୋଜି କରିବା ପରେ ଗାଁ ଶେଷ ମୁଣ୍ଡରେ ଥିବା ଧାନ କ୍ଷେତ ରେ , ସ୍ବାମୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ପରେ  ଘଟଣା ସ୍ଥଳରୁ ମୃତଦେହ କୁ ଉଧାର କରିଥିଲା ପୋଲିସ । ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ କହିଛି । ତେବେ ଘଟଣାର ଅଭିଯୁକ୍ତ ଜଣା ପଡ଼ିଥିବା ବେଳେ , ହତ୍ୟାକାରୀ ଜଣକ ଫେରାର ରହିଛି ବୋଲି ପୋଲିସ କହିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ଶିଆରିମାଳ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗାଁ ର ଦିଲ୍ଲିପ ସ୍ବାଇଁ (୫୦) । ମୃତକଙ୍କ ସ୍ତ୍ରୀ ନଗରୀ ସ୍ବାଇଁ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ , ମୃତ ଦେହକୁ ଜବତ କରି ଆସିକା ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ  । ଥାନା ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ , ଶନିବାର ରାତି ପ୍ରାୟ ୧୧ ଟା ସମୟରେ ଦିଲ୍ଲିପ ମାଛ ଧରିବାକୁ ଯାଇଥିଲେ । ତେବେ ପୂର୍ବ ଶତ୍ରୃତା କାରଣରୁ , ସେ‌ହି ଗାଁ ର ସଂପୃକ୍ତ ଯୁବକ  ଏକ କାତି ସାହାଯ୍ୟରେ ଦିଲ୍ଲିପ କୁ ହାଣି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଦିଲ୍ଲିପ ଘରକୁ ନ ଫେରିବାରୁ ପରିବାର ଲୋକେ ଖେଜାଖୋଜି କରି ରବିବାର ଅପରାହ୍ନରେ ଗାଁ ଶେଷମୁଣ୍ଡରେ ଥିବା ଏକ ଧାନ କ୍ଷେତ ନିକଟରେ ମୃତ ଦେହକୁ ଠାବ କରିଥିଲେ । ଏବଂ ଗାଙ୍ଗପୁର ଥାନା ରେ ସଂପୃକ୍ତ ଯୁବକ ନାମରେ ଏତାଲା ଦେଇଥିଲେ । ଏନେଇ ଗାଙ୍ଗପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାପାଇଁ ଚଢ଼ାଉ ଜାରି ରଖିଛି । ସୋମବାର ସକାଳେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି  ଥାନାଧିକାରୀ ଶୁଭେନ୍ଦୁ ସାହୁ ଙ୍କ ଠାରୁ ସୂଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୨---୩,୨୦  Sakhigopal News,22/8/2022

Blog Archive

Popular Posts