Breaking News

ସତ୍ୟବାଦୀରେ ଅହିଂସା ରଥକୁ ଭବ ସମ୍ମର୍ଦ୍ଦନା



 ସାକ୍ଷୀଗୋପାଳ---- ସତ୍ୟବାଦୀରେ ଅହିଂସା ରଥକୁ  ସମ୍ମର୍ଦ୍ଧନା ଦିଆଯାଇଛି ।  ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ତହସିଲଦାର  ଜୟନ୍ତ କୁମାର ଜୟସିଂ , ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ୍ର ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ ରଥ ସହିତ  ରହିବା ସହିତ ବିଭିନ୍ନ ସ୍ଥାନରେ ସଭାରେ ଯୋଗ ଦେଇଥିଲେ ।  ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନ,  ମହିଳା ଗୋଷ୍ଠୀ, ଛାତ୍ର ଛାତ୍ରୀ ମାନେ ଏହି ରଥ ସହିତ ସାମିଲ ହୋଇଥିଲେ । ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏନସିସି ଛାତ୍ର  ମାନେ ସ୍ୱାଗତ ଜଣାଇବା ସହ ଅତିଥି ମାନେ ବିଦ୍ୟାଳୟରେ ଥିବା ଗୋପବନ୍ଧୁ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଏଠାରେ ଏବିଡିଓ ଅରକ୍ଷିତ ବେହେରା, ଅତିରିକ୍ତ ତହସିଲଦାର ମୌସୁମି ମିଶ୍ର, ସନ୍ତୋଷ ପ୍ରାଣିଗ୍ରାହୀ , ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ସିଡିପିଓ ରାଜଲକ୍ଷ୍ମୀ ଦାଶ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧୃବଚରଣ ଦାଶ, ଉପାଧ୍ୟକ୍ଷା ବିକ୍ରମ କୁମାର ଜେନା, ନାରୀ ନେତ୍ରୀ ହରପିୟା ବେହେରା, ସ୍ୱାଧୀନ ପ୍ରଧାନ ଙ୍କ ସହିତ ଅଙ୍ଗନୱାଡି କର୍ମୀ, ବିଭିନ୍ନ ମହିଳା ଗୋଷ୍ଠୀର ମା ମାନେ ପିଲାମାନେ ଜାତୀୟ ପତାକା ଦେଖାଇ ରଥକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଶ୍ୱନାଥପୁର ଅଙ୍ଗନୱାଡି କର୍ମୀ ରଶ୍ମି ମିଶ୍ର ଦେଶତ୍ମାକ ସଂଗୀତ ନୃତ୍ୟ ପରିବେଷଣ କରିଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୨--୬,୫୦   Sakhigopal News , 18/8/2022

Blog Archive

Popular Posts