ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ
ଭଞ୍ଜନଗର-- ଭଞ୍ଜନଗର ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କଇଣ୍ଡି ଆଞ୍ଚଳିକ ପରିଷଦ ତରଫରୁ ଚଳିତ ମାଟ୍ରିକ ଓ +2 ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କାଳିଞ୍ଜି କୂଳର ୧୧୦ ଜଣ ଛାତ୍ର, ଛାତ୍ରୀ ଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇଛି। ସ୍ଥାନୀୟ ବେଲେଶ୍ୱର ପୀଠରେ ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା ଙ୍କ ସଭାପତିତ୍ୱରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସଭାପତି ସନ୍ତୋଷ ଜେନା ଯୋଗଦେଇ ଛାତ୍ର, ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଜାତି ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇଥିଲେ । ଅତିଥି ଭାବେ କେନ୍ଦ୍ର ପରିଷଦର ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଞ୍ଚଳ ପୋଲେଇ, ସଂଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମୁଖ୍ୟ ସଂଗଠନ ସତ୍ୟନାରାୟଣ ସ୍ୱାଇଁ, କୋଷାଧକ୍ଷ ବିଭୁତି ଭୂଷଣ ଜେନା, ଅଂଚଳ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ଶିବରାମ ପ୍ରଧାନ, ତ୍ରିଲୋଚନ ବିଶୋଇ, ଉପଦେଷ୍ଟା ଶ୍ୟାମସୁନ୍ଦର ରଣସିଂହ, ସାମନ୍ତ କ୍ଷୀରୋଦ କୁମାର ରଣସିଂହ ଯୋଗଦେଇଥିଲେ । ଏଥିସହ କେନ୍ଦ୍ରପରିଷଦ ର ସାଧାରଣ ବୈଠକ ମଧ୍ୟ ବସି ଆସନ୍ତା ମହାସଭା, ପ୍ରତିଭା ସଂମାନ, ଉପଦେଷ୍ଟା ପଦ ଉପରେ ଆଲୋଚନା ହୋଇ କାଳୀ ଚରଣ ନାୟକ ଙ୍କୁ ସର୍ବ ସମ୍ମତି କ୍ରମେ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଜଗବନ୍ଧୁ ଜେନା ତାଙ୍କୁ ଶପଥ ପାଠ କରାଇଥିଲେ । ଉପସ୍ଥିତ ଛାତ୍ର, ଛାତ୍ରୀ, କର୍ମକର୍ତ୍ତା ଙ୍କୁ ନେଇ ତିନିଜଣ ଙ୍କୁ ଭାଗ୍ୟଶାଳୀ ବିଜେତା ପୁରସ୍କାର ଦିଆଯାଇଥିଲା । ଏହି ଅବସରରେ ମେଡିକାଲ ଅଫିସର ଡ଼. ତିରୁପତି ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଞ୍ଚଳ ର ପ୍ରାୟ ପାଞ୍ଚଶହ ଛାତ୍ର, ଛାତ୍ରୀ, ଅଭିଭାବକ ଓ ସମାଜଭାଇ ଯୋଗଦେଇଥିଲେ ।ଶେଷରେ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୮/୨୦୨୨----୯,୪୦ Sakhigopal News,21/8/2022