ବିଶ୍ୱ ମାନବିକତା ଦିବସ, ଫଟୋଗ୍ରାଫି ଦିବସ ଓ ସାରଳା ଦେବୀ ଙ୍କ ସ୍ମୃତିରେ ବୃକ୍ଷରୋପଣ
ଡେଲାଙ୍ଗ--- ଅଗଷ୍ଟ ଉଣେଇଶ ତାରିଖ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ତିରିଶ ପୁସ୍ତକ ଓ ତିନିଶହ ପ୍ରବନ୍ଧ ର ରଚୟିତା ସାରଳା ଦେବୀ ଙ୍କ ପୁଣ୍ୟ ଜନ୍ମସ୍ମୃତି, ବିଶ୍ୱ ମାନବିକତା ଦିବସ ଓ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା ର ଆବାହକ ପ୍ରକୃତିପ୍ରେମୀ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ବୃକ୍ଷ ରୋପଣ ଉପରେ ଜୋର ଦେଇଛନ୍ତି ।ସେ କହିଛନ୍ତି -"ଅଠରଶହ ଅଣଚାଳିଶି ଜାନୁଆରୀ ନଅ ରେ ବିଶ୍ୱର ଦୁଇ ବୈଜ୍ଞାନିକ ଜୋସେଫ, ଲୁଇସ, "ଡାଚୁଏ ରୋଟାଇପ ପ୍ରକ୍ରିୟା 'ଫଟୋଗ୍ରାଫି ର ଆରମ୍ଭ କରିଥିଲେ । ଏ ବିଷୟରେ ଫ୍ରାନ୍ସ ସରକାର ଅଠରସହ ଅଣଚାଳିଶି ଅଗଷ୍ଟ ଉଣେଇଶ ଘୋଷଣା କରିଥିବାରୁ ପ୍ରତିବର୍ଷ ଏହି ଦିବସ ରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ହୋଇଆସୁଅଛି । ସେହିପରି ଦୁଇହାଜର ତିନି ଅଗଷ୍ଟ ଉଣେଇଶ ରେ ଇରାକ ର ରାଜଧାନୀ ବାଗଦାଦ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ବୋମାମାଡ଼ ହେବରୁ ବିଭିନ୍ନ ଦେଶର ଭାଗ ନେଇଥିବା ମୋଟ ଏକୋଇଶି ଜଣ ମାନବବାଦୀ କର୍ମୀ ପ୍ରାଣ ହରାଇଥିଲେ । ଏହାର ପାଞ୍ଚବର୍ଷ ପରେ ଲୋକଙ୍କ ମଧ୍ୟରେ ମାନବତା ମୂଲ୍ୟବୋଧର ବିକାଶ କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରିଆସୁଅଛି । ଏଥିଯୋଗୁ ସାଂପ୍ରତୀକ ବନ୍ୟାରେ ମାନବବାଦୀ ସହ ଫଟୋଗ୍ରାଫି ମଧ୍ୟ ଦେଖିବା ସମ୍ଭବ ହୋଇପାରିଛି । ମହିୟସୀ ସ୍ୱାଧୀନତା ସଂଗ୍ରାମୀ ସାରଳାଦେବୀ ଆମ୍ଭ ସମସ୍ତଙ୍କର ଆଦର୍ଶ ହେବା ଉଚିତ । ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ପାଇଁ ଆମ୍ଭେ ଆଜି ବନ୍ୟା, ବାତ୍ୟା, ଲଘୁଚାପ ର ବିଭିଷିକା ର ସମ୍ମୁଖୀନ ହେଉଛେ । ଏହି ଅବସର ରେ ଗଛଲଗାଇ ଏହାର ମୁକାବିଲା କରିବା ପାଇଁ ଶ୍ରୀଯୁକ୍ତ ପାଢ଼ୀ ଆହ୍ୱାନ ଦେଇଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୮/୨୦୨୨---୧୨,୫୫ Sakhigopal News 20/8/2022