ବର୍ଷାରେ ଭୁଷୁଡିଲା ମାଟିକାନ୍ଥ , ବୃଦ୍ଧ ଦମ୍ପତି ଆହତ
ଭଂଜନଗର - ରବିବାର ଅପରାହ୍ନରେ , ଲଗାଣ ବର୍ଷା ଯୋଗୁଁ ଭୁଷୁଡି ପଡିଲା ଘରର ମାଟିକାନ୍ଥ । ଘରେ ଥିବା ବୃଦ୍ଧ ଦମ୍ପତି ମାଟିକାନ୍ଥ ତଳେ ଚାପିହୋଇ ହୋଇ ଆହତ ହୋଇଛନ୍ତି । ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ , ଗୋବରା ଗ୍ରାମ ସ୍ଥିତ ଖଦାଳସାହି ରେ ଘଟିଛି ଏଭଳି ଘଟଣା । ଆହତ ବୃଦ୍ଧ ଦମ୍ପତି ହେଲେ , ଖଦାଳସାହି ର ବଂଶୀଧର ନାୟକ ଏବଂ ତାଙ୍କ ସ୍ତ୍ରୀ ତୁଳା ନାୟକ । ଘଟଣା ପ୍ରକାରେ , ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଏହିସମୟରେ ବଂଶୀ ଏବଂ ତାଙ୍କ ସ୍ତ୍ରୀ ଘରେ ଥିବାବେଳେ ହଠାତ୍ ଘରର ମାଟିକାନ୍ଥ ଟି ଭୁଷୁଡି ପଡ଼ିଥିଲା । ଉଭୟ ସ୍ବାମୀ ଓ ସ୍ତ୍ରୀ ମାଟିକାନ୍ଥ ତଳେ ଚାପି ହୋଇଯାଇଥିଲେ । ସାହିର କିଛି ଲୋକେ , ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଧାର କରିଥିଲେ । ଏବଂ ନିକଟସ୍ଥ ଗୋବରା ମେଡିକାଲ ରେ ଭର୍ତି କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୮/୨୦୨୨----୯,୪୦ Sakhigopal News,21/8/2022