ନିଖୋଜ ନାବାଳିକା ଉଦ୍ଧାର
ନୟାଗଡ ---- ବାଣୀଗୋଛା ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ବାଣିଗୋଛା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାଣୀଗୋଛା ଥାନା ଆଇ ଆଇ ସି ସଞ୍ଜୟ କୁମାର ମଲ୍ଲିକ ଏହାର ତଦନ୍ତ କରି କନ୍ଧମାଳ ଜିଲ୍ଲା ପୋଲିସ ସହାୟତାରେ ନାବାଳିକା କୁ କୋଟଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ଅଂଚଳରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ମାତ୍ର ନାବାଳିକା ଜଣକ ତାଙ୍କ ନାବାଳକ ପ୍ରେମିକ ସହ ଫେରାର ହୋଇଯାଇଥିବା ଆଲୋଚନା ହେଉଥିବା ବେଳେ ପାରିବାରିକ ବିବାଦ କାରଣରୁ ନାବାଳିକା ଜଣଙ୍କ ଏକ ଘରୋଇ ବସରେ ଯାଇ ସାଙ୍ଗ ଘରେ ରହିଥିଲା ବୋଲି ନାବାଳିକା ଜଣକ ପୋଲିସ ନିକଟରେ ପ୍ରକାଶ କରିଛି। ଫଳରେ ନାବାଳିକା ନିଖୋଜ ଘଟଣା ଏବେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବକି ରହିଛି। ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୦/୮/୨୦୨୨----୧୨,୪୦ Sakhigopal News,20/8/2022