Breaking News

ଛୁରି ମୁନରେ ଦାଦା ବଟି ଆଦାୟ ଅଭିଯୋଗରେ ଜଣେ ଗିରଫ



 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅର୍ନ୍ତଗତ ସୁକଳ ଛକରେ ଭଗବାନ ମଲ୍ଲିକଙ୍କ ପୁଅ ସବୀର ମଲ୍ଲିକ ମାଛ ଗୋଦାମ କରିଛନ୍ତି । ଉକ୍ତ ଦେକାନରେ ମଙ୍ଗଳବାର ପୂର୍ବାହ୍ନରେ ସବୀରଙ୍କ ମା ସୁକାନ୍ତି ମଲ୍ଲିକ ଦେକାନରେ ଥିବା ସମୟରେ ସେଠାରେ ସୁକଳ ଗ୍ରାମର ବାହ୍ମଣପଡା ଗ୍ରାମର ରବି ମଲ୍ଲିକଙ୍କ ପୁଅ ଆନନ୍ଦ ମଲ୍ଲିକ ଓ ଅଖାରି ମଲ୍ଲିକ ସେଠାରେ ପହଞ୍ଚି ସୁକାନ୍ତିଙ୍କୁ ଗାଳିଗୁଳଜ କରିବା ସହ ,ଟଣାଓଟରା, ଛୁରୀ ଦେଖାଇ ବେପାର କରିଥିବା ୩ହଜାର ଟଙ୍କା ଦାଦାବଟି ଭାବେ ଲୁଟି ନେଇଥିଲେ । ସୁକାନ୍ତିଙ୍କ ଅଭିଯୋଗ କ୍ରମେ ୨୫୩/୨୦୨୨ରେ ଏକ କେସରୁଜ କରାଯାଇ ଆନନ୍ଦ ମଲ୍ଲିକଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ ଏହି ମାଛ ଗୋଦାମରୁ ରବି ମଲ୍ଲିକଙ୍କ ପୁଅ ସୁମନ ମଲ୍ଲିକ ମାଛ ଚୋରି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ପରେ ସୁମନର ଦୁଇ ଭାଇ ରାଗରେ ଏହି କାଣ୍ଡ ଘଟାଇଥିବା ଜଣାପଡିଛି । ଏମାନଙ୍କର ଦୌରାତ୍ମ ଏତେ ଅଧିକ ଥିଲା ଉକ୍ତ ଛକରେ  ସ୍ଥାନୀୟ ଜନସାଧାରଣ ଉତ୍ତମ ଭାବେ ଦେବାକୁ ପଛାଇ ନାହାନ୍ତି । ଅନ୍ୟ ପକ୍ଷେ ଏହି ଘଟଣାରେ ଦୁଇ ଭାଇ ରହିଥିବା ବେଳେ ସତ୍ୟବାଦୀ ପୋଲିସ ଜଣଙ୍କୁ କାହିଁକି ଗିରଫ କଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୨---୬,୪୦  

 Sakhigopal News, 31/8/2022

Blog Archive

Popular Posts