Breaking News

ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଆନ୍ତଃ +୨ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦଯାପିତ



ଜଟଣୀ-- ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତଃ +୨ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।ଏଥିରେ ୧୨ଟି ସ୍କୁଲ ପୁରୁଷ ବିଭାଗ ଏବଂ ୬ଟି ମହିଳା ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପୁରୁଷ ବିଭାଗ ମ୍ୟାଚ୍ ସେଣ୍ଟ ଜାଭିୟର
ଏବଂ ଏ.ଏ.ଏ. ସ୍କୁଲ୍ ମଧ୍ୟର ଅନୁଷ୍ଠିତ ହୋଇଥିଲା । ଏଥିରେ ସେଣ୍ଟଜାଭିୟର ୩୩-୦୨ ରେ ଏ.ଏ.ଏ. ସ୍କୁଲକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ସେହିପରି ମହିଳା ବିଭାଗରେ ସେଣ୍ଟ ଜୋସେଫ୍ ୨୯-୦୩ରେ ଡି.ଏ.ଭି. ପୋଖରିପୁଟକୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଆଜିର ଉଦଘାଟିତ ଉତ୍ସବରେ ଓଡ଼ିଶା ବାସ୍କେଟ ବଲ୍ ଆସୋସିଏସନ୍ର ହନରାରୀ ସେକ୍ରେଟାରୀ ଅଶୋକ କୁମାର ସାହୁ ଏବଂ ପ୍ରେସିଡେଣ୍ଟ କେଉଁଝର ଜିଲ୍ଲା ବାସ୍କେଟ ବଲ ଆସୋସିଏସ୍ ସନ୍ତୋଷ କୁମାର ମହାନ୍ତି ଉଦଘାଟନ କରିଥିଲେ । ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ଡାଇରେକ୍ଟର ଅଫ୍ ସ୍ପୋର୍ଟସ, ରବି ନାରାୟଣ ରାଉତରାୟଙ୍କ ତତ୍ତ୍ୱାବଧାନରେ ମ୍ୟାଚ ଅନୁଷ୍ଠିତ ହୋଇଅଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୮/୨୦୨୨---- ୮,୫୦  
 Sakhigopal News,29/08/22

Blog Archive

Popular Posts