Breaking News

ଗଣିଆ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଲେ ବିଧାୟକ





ନୟାଗଡ଼ --- ନୟାଗଡ ଜିଲ୍ଲାର ବନ୍ୟାର କରାଳ ରୂପରେ ଅଶାନ୍ତ ହୋଇପଡିଛି ମହାନଦୀ । ଫଳରେ ମହାନଦୀ ଅବବାହିକାରେ ବାସ କରୁଥିବା ଲୋକେ ଦୀର୍ଘ 5 ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି । ଅସ୍ୱାସ୍ଥ୍ୟକର ପରିବେଶ, ଅନ୍ଧାର, ଦୂଷିତ ପାନୀୟ ଜଳ ତଥା  ସରୀସୃପ ମାନଙ୍କ ଭୟରେ ଜୀବନ କାଳାତିପାତ କରୁଛନ୍ତି ଅଞ୍ଚଳବାସୀ । ତେବେ ବିଧାୟକ ରମେଶ ଚନ୍ଦ୍ର ବେହେରା ବନ୍ୟା ପ୍ରଭାବିତ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଧାୟକ ଛାମୁଣ୍ଡିଆ, ମହୁକଣ ଡଙ୍କାରିସାହି, କାଦୁଆ,ବେଲପଡାପାଟଣା,ରାଉତପଡା,ପତୁରିଆ ଆଦି ଅଞ୍ଚଳକୁ ବୋଟ୍ ସାହାଯ୍ୟରେ ଗସ୍ତ କରିଥିଲେ । ବ୍ଳକର ଛାମୁଣ୍ଡିଆ ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।   ବିଧାୟକଙ୍କୁ ଦେଖି ଲୋକମାନେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ତଥା ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷ ଜମିରେ ପାଣି ମାଡ଼ିଯିବା ସହିତ ପନିପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ଧାର କରଜ କରି ଚାଷ ବାସ କରିଥିବା ଚାଷୀ ଧାର କରଜ କିଭଳି ପରିଶୋଧ କରିବେ ସେ ସମ୍ପର୍କରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଜଣାଇଥିଲେ । ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ତୁରନ୍ତ ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ସେ  ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  ବନ୍ୟା ପ୍ରପିଡିତ ଜନସାଧାରଣଙ୍କୁ ମହମବତୀ, ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ତହସିଲଦାର ବନମାଳୀ ପରିଡାଙ୍କ ସମେତ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଯେ ଅଦ୍ୟାବଧି ପାଣି କମି ନଥିବାରୁ ଲୋକମାନେ ଜଳ ବନ୍ଦୀ ଭାବେ ଜୀବନ ଯାପନ କରୁଛନ୍ତି। ପିଇବା ପାଣି ଓ ଆବଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣ ରେ ଯୋଗାଇ ଦେବାକୁ ସାଧାରଣରେ ଦାବିହେଉଛି। ଏହା ସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ହାଲେଜିନ ବଟିକା, ଜ୍ବର, ଥଣ୍ଡା, ମୁଣ୍ଡ ବିନ୍ଧା,ଝାଡ଼ା ବଟିକା ତୁରନ୍ତ ଯୋଗାଇ ଦେବାକୁ ବିଧାୟକ ନିକଟରେ ଗ୍ରାମବାସି ମାନେ ଦାବି କରିଥିବା ର ଜଣାପଡିଛି।
ନୟଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୮/୨୦୨୨---୧୨,୧୦   Sakhigopal News,19/8/2022

Blog Archive

Popular Posts