ପୋଲ ତଳକୁ ଖସିଲା ବାଇକ୍ , ଚାଳକ ଗୁରୁତର
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗାଁ ନିକଟ ରେ ଥିବା ୪୦ ଫୁଟ ପୋଲ ତଳକୁ ଖସି ବାଇକ୍ ଚାଳକ ଗୁରୁତର । ଆହତ ଜଣକ ଯାଜପୁର ଜିଲ୍ଲାରୁ ଆସି ସ୍ଥାନୀୟ ଅଞ୍ଚଳରେ ଠିକାଦାର କାମ କରୁଥିବା ଦେବବ୍ରତ ବିଶ୍ବାଳ ବୋଲି ଜଣାପଡିଛି ।
ଖବର ନେବାରେ ଜଣାପଡିଛି , ତିଳିସିଙ୍ଗି ଅଞ୍ଚଳରେ ଚାଲିଥିବା , ନିର୍ମାଣ କାର୍ଯ୍ୟ ତଦାରଖ କରି ନିଜ ବାଇକ୍ ଯୋଗ ଭଂଜନଗର ଫେରୁଥିଲେ । ଗୋଲାପଡା ଗାଁ ନିକଟରେ , ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକକୁ ସାଇଡ୍ ଦେବାକୁ ଯାଇ ନିକଟରେ ଥିବା ଏକ ପୋଲ ପାର୍ଶ୍ଵରେ ୪୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ଦେବବ୍ରତ ଙ୍କ ପେଟ ର ଅନ୍ତଃ ବୁଜୁଳା ବାହାରକୁ ବାହାରି ପଡିଥିଲା । ଭଞ୍ଜନଗର ପୋଲିସ ଦୁଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଦେବବ୍ରତକୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଦେବବ୍ରତ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୩/୮/୨୦୨୨--- ୯,୪୦ Sakhigopal News ,23/8/2022