Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ସଦ୍ଭାବନା ଦିବସ ପାଳନ କରାଯାଇଛି



ଜଟଣୀ --ସମସ୍ତ ଧର୍ମ,ଭାଷା ଏବଂ କ୍ଷେତ୍ରର ଜନସାଧାରଣଙ୍କ ମଧ୍ୟରେ ଜାତୀୟ ସ°ହତି ତଥା ସାମ୍ପ୍ରଦାୟିକ ସୈ।ହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସ୍ମୃତି ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ସଦ୍ଭାବନା ଦିବସ ପାଳନ କରାଯାଇଛି ।  ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ“ସଦ୍ଭାବନା ଦିବସ ଶପଥ” ଗ୍ରହଣ କରାଇଥିଲେ । ଜାତି, କ୍ଷେତ୍ର, ଧର୍ମ କିମ୍ବା ଭାଷା ନିର୍ବିଶେଷରେ ଆବେଗ ପୂର୍ଣ୍ଣ ଭାବରେ ଏକତାବଦ୍ଧ ହେବା  ପାଇଁ କାର୍ଯ୍ୟ କରିବାକୁ ତଥା ଭାରତର ସମସ୍ତ ଲୋକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଅହିଂସା  ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ବାର୍ତ୍ତାଳାପ କରି  ମତଭେଦ ସମାଧାନ କରିବାକୁ ସମସ୍ତେ ଶପଥ ନେଇଥିଲେ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବିଭିନ୍ନ ରେଳ ଷ୍ଟେସନରେ କର୍ମଚାରୀମାନେ ମଧ୍ୟ “ସଦ୍ଭାବନା ଦିବସ ଶପଥ” ଗ୍ରହଣ କରିଥିଲେ । ଶ୍ରୀ ରଂଜନ କୁମାର ମହାନ୍ତି, ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୮/୨୦୨୨----୮,୧୦ Sakhigopal News,19/8/2022

Blog Archive

Popular Posts