Breaking News

ପୋଖରୀ ନିଲାମକୁ କେନ୍ଦ୍ରକରି ଉତ୍ତେଜନା



ଭଞ୍ଜନଗର - ଭଞ୍ଜନଗର ବ୍ଳକ  ତୁରୁମୁ ପଞ୍ଚାୟତ ଅଧିନରେ ଥିବା ପୋଖରୀ ନିଲାମ କୁୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପୋଖରୀ ନିଲାମ ପାଇଁ ପଞ୍ଚାୟତ ତରଫରୁ କିଛି ଦିନ ପୂର୍ବରୁ  ଗ୍ରାମରେ  ଡାକରା କରାଯିବା ସହ ନେଟିସ୍ ମଧ୍ୟ ଲଗାଯାଇଥିଲା ।ଗ୍ରାମର କିଛି ଲୋକ ପୋଖରୀ ନିଲାମରେ ଭାଗ ନେବାପାଇଁ ପଞ୍ଚାୟତ କାର୍ଯ୍ୟଳୟରେ ଉପସ୍ଥିତ ରହିଥିଲେ । ତେବେ  ସରପଞ୍ଚଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଥିବା ଯୋଗୁଁ ନିଲାମ ବନ୍ଦ କରି ଦିଆଯାଇଥିଲା । ମଙ୍ଗଳବାର  ପୁଣି ସେହି ପୋଖରୀକୁ  ନିଲାମ କରିବା ପାଇଁ ପଞ୍ଚାୟତ ତରଫରୁ ଗ୍ରାମ ରେ ଡାକରା ଦିଆଯିବା ସହ ପଞ୍ଚାୟତ କାର୍ଯ୍ୟଳୟରେ ମଧ୍ୟ ନେଟିସ୍ ଲଗାଯାଇଥିଲା ।  ଏହାକୁ ନେଇ ଗ୍ରାମର କିଛି ଲୋକ ପୋଖରୀ ନିଲାମରେ ଭାଗ ନେବା ପାଇଁ ପଞ୍ଚାୟତ କାର୍ଯ୍ୟଳୟ ପରିସରେ ଦିବା ୧୧ଟା ଠାରୁ ଅପରାହ୍ନ ୧ଘ: ସମୟ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ  କୌଣସି କାରଣ ନ ଦର୍ଶାଇ ନିଲାମକୁ ବାତିଲ୍ କରାବାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା ।  ଖବର ପାଇ ଭଞ୍ଜନଗର ପୋଲିସ   ଘଟଣାସ୍ଥଳରେ ପହଞ୍ଚି ନିଲାମ ରେ ଭାଗ ନେବା ପାଇଁ ଭପସ୍ଥିତ ଥିବା ଲୋକଙ୍କୁ ପୋଲିସ ବୁଝାସୁଝା କରିଥିଲା  । ତାସତ୍ବେ ପୋଲିସ କଥାକୁ ବିରୋଧ କରିବାରୁ  ବାଧ୍ୟ ହୋଇ ପୋଲିସ ପକ୍ଷରୁ  ମୃଦୁ ଲାଠିଚାଳନା କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୮/୨୦୨୨---୯,୨୦ Sakhigopal News,23/8/2022

Blog Archive

Popular Posts