ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଧାର
ଭଞ୍ଜନଗର – ଜଙ୍ଗଲ ନିକଟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଧାର କରିଛି ପୋଲିସ। ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମରେଇପାଟ ଗାଁ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେମାନେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣା ସ୍ଥଳ ନିକଟରେ ଗୋଟିଏ ମୋଟରସାଇକେଲ ରହିଛି । ତେବେ ମୃତ ଯୁବକର ଘର ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଏବଂ ଝିଅ ର ଘର ବାଘୁଆପଲ୍ଲୀ ଗାଁ ର ବୋଲି ଅନୁମାନ କରିଛି ପୋଲିସ । ଏହାବ୍ୟତୀତ ଉଭୟଙ୍କ ମୃତଦେହ ଝୁଲି ରହିଥିବା ଏକ ଗଛ ନିକଟରେ ଉଭୟଙ୍କ ଚପଲ ଓ ଗୋଟିଏ ଚାଦର ପଡ଼ିଛି । ତେବେ ଘଟଣାର ସମ୍ବେଦନଶୀଳତା କୁ ଅନୁମାନ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୮/୨୦୨୨---୬,୫୦ Sakhigopal News,31/8/2022